ଛାତିଥରା ପରମ୍ପରା
ପ୍ରତ୍ୟେକ ଲୋକ କିଛି ନା କିଛି ଧର୍ମ ସହିତ ଜଡ଼ିତ । ଧର୍ମ ଜଣେ ମଣିଷର ମନକୁ ଶାନ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି । ବିଭିନ୍ନ ଧର୍ମରେ ବିଭିନ୍ନ ପରମ୍ପରା ରହିଛି । କିଛି ଧର୍ମରେ ବହୁ ଅଜବଗଜବ ପରମ୍ପରା ରହିଛି । ଏଥିରୁ କିଛି ରୋଚକ ହୋଇଥିବା ବେଳେ ଆଉ କିଛି ହୃଦୟ ବିଦାରକ । ଏପରି କିଛି ପରମ୍ପରାକୁ ନେଇ ଆଜିର ବିଶେଷ ଉପସ୍ଥାପନା ଯାହା ବିଷୟରେ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।
ତିବ୍ଦତରେ ‘ସ୍ଲାଏ ବରିୟଲ’ ନାମକରେ ଏକ ପରମ୍ପରା ରହିିଛି । ପରମ୍ପରା ଅନୁସାରେ ମୃତକଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପାହାଡ ଉପରେ ଫିଙ୍ଗି ଦିଆଯାଏ । ଚିଲମାନଙ୍କ ଖାଇବା ପାଇଁ ଏପରି କରାଯାଇଥାଏ । ଏହି ପରମ୍ପରା ପାଳନ କରୁଥିବା ଲୋକଙ୍କ ବିଶ୍ୱାସ ରହିଛି, ମୃତ ଶରୀର ଏକ ଖାଲି ବାସନ ସହ ସମାନ । ଯାହାକୁ ଆବଶ୍ୟକ ନ ହେଲେ ଫିଙ୍ଗି ଦିଆଯାଇଥାଏ । ଆମ ରାଜ୍ୟ କର୍ଣ୍ଣାଟକରେ ରହିଛି ଏମିତି କିଛି ପରମ୍ପରା । ଏହି ଅନୁସାରେ ବ୍ରାହ୍ମଣମାନଙ୍କ ଅଇଁଠା କଦଳୀ ପତ୍ର ଉପରେ ଗଡି ଗଡି ଯିବାକୁ ହୋଇଥାଏ । ବିଶ୍ୱାସ ରହିଛି ଏପରି କଲେ ବେମାରୀ ଦୂର ହୋଇଥାଏ ଓ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ । ହାଇକୋର୍ଟ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ରାୟ ଦେଇଛନ୍ତି, ଅଇଁଠା କଦଳୀ ପତ୍ର ବଦଳରେ ଭଲ ପତ୍ର ପକାଇବାକୁ । କାରବିୟାନ ଆଇସଲ୍ୟାଣ୍ଡରେ ବୁଡୋ ନାମରେ କିଛି ଭକ୍ତ ଅଛନ୍ତି । ଯେଉଁମାନେ ଆତ୍ମାଙ୍କୁ ନିଜର ବୋଲି ମାନିଥାନ୍ତି । ଏଥିପାଇଁ ଆତ୍ମାଙ୍କୁ ଶକ୍ତି ଦେବାକୁ ସମୟେ ସମୟେରେ ଚେତାଶୂନ୍ୟ ହୋଇଯାଆନ୍ତି ବୋଲି କୁହାଯାଇଥାଏ । କିଛି ସମୟ ପାଇଁ ସେମାନଙ୍କ ଶରୀରରେ ଆତ୍ମା ପ୍ରବେଶ ହୋଇଥାଏ ।