ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଜିଲ୍ଲାପାଳ
ଛତ୍ରପୁର, ( ପ୍ରଶାନ୍ତ ମହାରଣା ) ; ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଜନସଧାରଣଙ୍କ ବିଭିନ୍ନ ସୁବିଧା କରିବା ନେଇ ବହୁ ପ୍ରକାର ସ୍କିମ୍ କରିଆସିଛନ୍ତି ଏବଂ ଏହା ମଧ୍ୟ ସଂପୂଣ୍ଣ ଭାବେ ସଫଳ ହୋଇଥିବା ନଜରକୁ ଆସିଛି । ଏହାସହିତ ଲୋକମାନଙ୍କ ଅଭିଯୋଗ ଗୁଡିକ ସରଳୀ କରଣ ଭାବେ ଶୁଣିବା ନିମନ୍ତେ ମୋ ନିବେଦନ କାର୍ଯ୍ୟକ୍ରମ ଏବଂ ଏକ ଟୋଲଫ୍ରି ନଂ ମାଧ୍ୟମ ଖୋଲିଛନ୍ତି । ଏହାସହ କେତେବେଳେ ଚାଷୀମାନଙ୍କ ସହ ମିଶି ଧାଡି ରୁଆଁ କରୁଛନ୍ତି ତ କେତେବେଳେ ସ୍କୁଲ ଗୁଡିକରେ ପହଞ୍ଚି ପିଲାମାନଙ୍କୁ ପାଠ ପଢାଉଛନ୍ତି । ଏନେଇ ଜିଲ୍ଲାପାଳ ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି । ଆଜି ଜିଲ୍ଲାପାଳ ଖୋଦ୍ ନିଜ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳିଥିବା ଦେଖିବାକୁ ମିଳିଥିଲ।। ସ୍ଥାନୀୟ ଜିଲ୍ଲା ସମଗ୍ରଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ସାଧନା କେନ୍ଦ୍ରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ତାଙ୍କ ମିଶି ମସଗୁଲ ଦୀର୍ଘ କିଛି ରହିଥିବା ଦେଖିବାକୁ ମିଳିଥିଲ।। ଏହିପରିପ୍ରେକ୍ଷୀରେ ସାଧନା କେନ୍ଦ୍ରରେ ଜିଲ୍ଲାରୁ ଆସିଥିବା ବାକ୍ ଶକ୍ତି ବାଧିତ ପିଲାମାନେ ଜିଲ୍ଲାପାଳଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାପାଳ ସେମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ ।


