ଛାତ୍ରନେତାଙ୍କ ପରଲୋକରେ ଶୋକର ଛାୟା

ବେତନଟୀ ( ଉଦିତ କୁମାର ପରିଡା ) ବେତନଟୀ ବ୍ଲକ ସୀମାନ୍ତ ବଡ଼ସାହି ଆଗୁଆଡ଼ ଅଞ୍ଚଳର ବିଜୁ ଛାତ୍ର ଜନତା ଦଳର ଦକ୍ଷ ସଂଗଠକ ତଥା ଛାତ୍ର ଜନତା ଦଳର ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ବିକାଶ କୁମାର ମହାନ୍ତଙ୍କର ବୁଧବାର ଅପରାହ୍ନରେ ଆକସ୍ମିକ ମୃତ୍ୟୁ ଘଟଣାରେ ଅପରାହ୍ନ ୩ଟାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭକଲା ବଡ଼ସାହି ପୁଲିସ l ସୂଚନା ମୁତାବକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିକାଶ ଔଷଧ ଖାଇ ଘରେ ବିଶ୍ରାମ ନେଉଥିଲେ l କିଛିସମୟ ପରେ ସାନଭାଇ ଆସି ଡାକିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ କିଛି ଶୁଣିନଥିଲେ l ଏହାପରେ ବ୍ୟସ୍ତ ବିବ୍ରତ ହୋଇ ବିକାଶଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ବଡ଼ସାହି ପୁଲିସକୁ ଖବର ଦେଇଥିଲେ l ଏନେଇ ବଡ଼ସାହି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ହୃଦଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l ବିକାଶଙ୍କ ମୃତ୍ୟୁ ଖବର ପାଇ ବିଜୁ ଜନତା ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ଼ ନେତୃବୃନ୍ଦ ବେତନଟୀ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରି ଶୋକବ୍ୟକ୍ତ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ