କୋଣାର୍କ ସେବା ସମବାୟ ସମିତି ପକ୍ଷରୁ ଖୋଲିଲା ଧାନମଣ୍ଡି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅଧିନସ୍ଥ କୋଣାର୍କ ସେବା ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ କରିବା ପାଇଁ ଧାନମଣ୍ଡି ଶୁଭାରମ୍ଭ କରାଯାଇଛି। କୋଣାର୍କ ସେବା ସମବାୟ ସମିତି ସଭାପତି ଅଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଧାନମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ସମିତି ଦାୟିତ୍ବରେ ଥିବା ନୋଡାଲ ଅଫିସର ନାରାୟଣ ମହାରଣା, ସମିତି ସଂପାଦକ ସତ୍ଯଜିତ ବେହେରା , ସମିତିର ବରିଷ୍ଠ ସଭ୍ୟ , କର୍ଣ୍ଣ ସାସମଲ ବୋର୍ଡ ମେମ୍ବର ସୁଶାନ୍ତ କୁମାର ବେଉରା ଉପସ୍ଥିତ ଥିଲେ।ଏହି ସମବାୟ ସମିତି ଦାୟିତ୍ବରେ ଥିବା ନୋଡାଲ ଅଫିସର ନାରାୟଣ ମହାରଣା ମିଲର ହିମାଦ୍ରି ରାଇସ ମିଲର କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ଚାଷୀ ମାନେ ମଣ୍ଡିକୁ ଆଣିଥିବା ଧାନର ମାନ ପରୀକ୍ଷା କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ୩୫ରୁ ଉର୍ଦ୍ଧ୍ବ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ଫସଲ ମଣ୍ଡିରେ ବିକ୍ରି କରିଥିଲେ। ପର୍ଯ୍ୟାୟ କ୍ରମେ କୃଷକ ମାନଙ୍କ ଧାନ ଫସଲ କ୍ରୟ କରିବା ସହ ସରକାରୀ ନିର୍ଦ୍ଧାରିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନପୁଟ ରିହାତି ପ୍ରଦାନ କରାଯିବ ବୋଲି ସମିତିର ସଭାପତି ଅଜୟ କୁମାର ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ