ଛାତ୍ରବାସର ଅବ୍ୟବସ୍ଥା ନେଇ ପାରଳା ବିଧାୟକ ଅନୁଧ୍ୟାନ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମରେ ଥିବା ସରକାରୀ ଟାଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରନିବାସକୁ ଅଚାନକ ଗସ୍ତ କରିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ପ୍ରମୁଖ । ବିଧାୟକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସହ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ଆରଏମସି ସଭାପତି ଏସ୍. ଗଜପତି ରାଓ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ ପ୍ରମୁଖ ମଧ୍ୟ ପରିଦର୍ଶନ ସମୟରେ ଉପସ୍ଥିତଥିଲେ। ପ୍ରକାଶ ଯେ, ଏହି ଛାତ୍ରନିବାସ ବ୍ୟାପକ ଅବ୍ୟବସ୍ଥା ଦେଖି ବିଧାୟକ ଛାତ୍ରମାନଙ୍କ ଅସୁବିଧା ନେଇ ଆଲୋଚନା କରିଥିଲେ. ବିଧାୟକ ଏବଂ ତାଙ୍କ ଟିମ୍ ଏହି ପରିଦର୍ଶନ ସମୟରେ ହୋଷ୍ଟେଲର ଛାତ୍ରମାନେ ଶୋଉଥିବା ଶଯ୍ୟା କକ୍ଷ, ଶୌଚାଳୟ, ସ୍ନାନାଗାର, ସଫେଇ ଆଦିର ନିରୀକ୍ଷଣ କରିଥିଲେ । ନିରୀକ୍ଷଣ ବେଳେ ଅବ୍ୟବସ୍ଥାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପି.ଭାରତୀଙ୍କୁ ତୁରନ୍ତ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ