ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀର ବିଜ୍ଞାନ ଓ କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କୁ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଜାନୁଆରୀ ୧୨ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ତାଲିମ ଶିବିରର ପରାମର୍ଶଦାତା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ବାଲିପଦର ଓଆଇସି ସମୀର କୁମାର ବେହେରା, ସମ୍ମାନିତ ଅତିଥି ଭାବେକ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି ଓ ଭାଗଗ୍ରହୀ ପଣ୍ଡା ଏବଂ ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ଓ ସ୍ମିତାରାଣୀ ସାହୁ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ। ମାଷ୍ଟର ଟ୍ରେନର ଭାବେ ସଂଗୀତା ସ୍ବାଇଁ ଓ ପ୍ରିୟଙ୍କା ସ୍ବାଇଁ ଯୋଗଦେଇ ୧୯୦ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଠ ଦିନ ପାଇଁ ଏହି ତାଲିମ ଶିବିର ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ