ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡାବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଉଦ୍‌ଯାପନି ଦିବସ ଉତ୍ସବରେ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶୁଭାରମ୍ବ କରିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ବ୍ରହ୍ମପୁର ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ଅମୃତ ସେଠୀ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ତଥା ବୁଗୁଡା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣାଙ୍କ ସମେତ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର‌୍ୟ୍ୟ, ସନ୍ତୋଷ କୁମାର ସ୍ଵାଇଁ, ଡ଼ଃ ପ୍ରିୟବ୍ରତ ପ୍ରଧାନ,ବିଭୂଦତ୍ତ ମହାପାତ୍ର,ସୁରେଶକାନ୍ତ ଜେନା,ଓ କାହ୍ନୁ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ।ଏହି ତାଲିମ କାର‌୍ୟ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସମେତ ତାଲିମ ବିଷୟରେ ସଂକ୍ଷେପରେ ମତ ରଖିଥିଲେ। ମହାବିଦ୍ୟାଳୟର ୧୨୯ ଜଣ ଛାତ୍ରୀ ବୃନ୍ଦଙ୍କୁ ମାଷ୍ଟର ଟ୍ରେନର ଦିବ୍ୟାନୀ ସାହୁ,ରଚନା ପ୍ରଧାନ, ପୂଜାରାଣୀ ପ୍ରଧାନ ଓ ଚାନ୍ଦିନୀ ସାହୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଶେଷରେ ତାଲିମ ପ୍ରାପ୍ତ ଛାତ୍ରୀମାନେ ସେମାନେ ଶିକ୍ଷିଥିବା ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଅତିଥି ବୃନ୍ଦଙ୍କ ଦ୍ଵାରା ସମସ୍ତ ଛାତ୍ରୀଙ୍କୁ ତାଲିମ ପ୍ରମାଣ ପତ୍ର ସହ ରାଜ୍ୟ ସରକାର ଯୋଗଇଥିବା ମହିଳାଙ୍କ ଆତ୍ମରକ୍ଷା ପାଇଁ ଏକ ଗାଇଡ ବହି “ରିଆକ୍ଟ” ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ