ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମ ସ୍ଥିତ ଚିଦାନନ୍ଦ ସରସ୍ୱତୀ କନିଷ୍ଠ ଏବଂ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୁଧବାର ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଅଧ୍ୟକ୍ଷ ଦେବଦତ୍ତ ସୁବୁଦ୍ଧି ସଚେତନତା ସଭା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମାଜରେ ବୃଦ୍ଧି ପାଉଥିବା ନାରୀ ହିଂସା କୁ ରୋକିବା ପାଇଁ ପ୍ରତ୍ୟେକ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଦୁଲଣା କୁମାରୀ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମୁଦାୟ ୧୪୫ ଛାତ୍ରୀ ଙ୍କୁ ଶିବିରରେ ୮ ଦିନ ବ୍ୟାପୀ ମାଷ୍ଟର ଟ୍ରେନର ଭାବେ ପୂଜା ମହାରଣା ଏବଂ ରାକ୍ଷୀ କୁମାରୀ ସାହୁ ତାଲିମ ପ୍ରଦାନ କରିବେ ବୋଲି ଜଣାପଡିଛି।ଅଧ୍ୟାପକ ଏ.ଦୁର୍ଯ୍ୟୋଧନ, ବିବେକା ନନ୍ଦ ମହାପାତ୍ର,ଦିଲ୍ଲୀପ କୁମାର ପ୍ରଧାନ,କର୍ମଚାରୀ ନାରାୟଣ ପ୍ରଧାନ ଏବଂ ହରିନାଥ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


