ଛାତ୍ରୀ ଙ୍କ ପତ୍ତା ମିଲୁନି, ଫେରାର ନା ଅପହରଣ
(ବୁଗୁଡ଼ା)- ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ଜଣେ ଛାତ୍ରୀଙ୍କ ପତ୍ତା ମିଳୁନାହିଁ । ସେ ଫେରାର ଅଛନ୍ତି ନା କେହି ତାଙ୍କୁ ଅପହରଣ କରି ନେଇଛି ସେ ନେଇ ସନ୍ଦେହରେ ଅଛନ୍ତି ପରିବାର । ଭାମଶ୍ୟାଳି ଗ୍ରାମର କନକ ସାହୁ ବୁଗୁଡା ଥାନା ରେ ଏତଲା ଦେଇ ଜଣାଇଛନ୍ତି ଯେ, ତାଙ୍କ ଝିଅ ବୁଗୁଡା କଲେଜ ରେ ଯୁକ୍ତ ତିନି କଳା ଶ୍ରେଣୀରେ ପଢୁ ଥିଲେ। ଗତ କାଲି ବୁଗୁଡା ର ଏକ କମ୍ପୁଟର ଇନଷ୍ଟିଚ୍ୟୁଟ କୁ କମ୍ପୁଟର ଶିଖିବା ପାଇଁ ଯାଉଛି କହି ସକାଳ ପ୍ରାୟ ୮ ଟା ବେଳେ ସାଇକେଲ ଧରି ଯାଇଥିଲା । ସେ ସବୁଦିନ ପରି କମ୍ପୁଟର କ୍ଲାସ୍ ସାରି ସାଢ଼େ ୧୦ ଟା ରେ ଘରକୁ ଫେରିବା କଥା କିନ୍ତୁ ମଧ୍ୟାହ୍ନ ଯାଏଁ ନଫେରିବା ରୁ ପରିବାର ଭାଳେଣି ରେ ପଡିଯାଇଥିଲେ । ଝିଅର ସାଙ୍ଗ ସାଥିମାନଙ୍କ ଘର, ଗାଁ ର ସମ୍ପର୍କୀୟଙ୍କ ଘର ଓ ବିଭିନ୍ନ ସ୍ଥାନରେ ଥିବା ବନ୍ଧୁ ବାନ୍ଧବମାନଙ୍କ ଘର ଖୋଜା ଖୋଜି କରି ଝିଅକୁ ପାଇନଥିଲେ । ଝିଅକୁ ନପାଇ ପରିବାର ଏବେ ପୋଲିସ ର ସାହାଯ୍ୟ ଲୋଡ଼ିଛନ୍ତି । ତେବେ ଝିଅ ନିଜେ କୁଆଡେ ଫେରାର୍ ହୋଇଛି ନା ତାକୁ କିଏ ଅପହରଣ କରି ନେଇଛି ସେ ନେଇ ପରିବାର ସନ୍ଦେହ ରେ ଅଛନ୍ତି କ୍ଷ ଝିଅ ନାବାଳିକା ଥିବା ଜଣାଯାଇଛି ।