ଛାତ୍ରୀ ନିବାସ ଦାୟିତ୍ୱ ହୀନତା ଖବର ପ୍ରକାଶନ ଯୋଗୁଁ ସାମ୍ବାଦିକଙ୍କୁ ଧମକ

ପାରଳାଖେମୁଣ୍ଡି, (ତିରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅନ୍ତର୍ଗତ ସିଆଣି ୧୦୦ ଶର୍ଯ୍ୟା ବିଶିଷ୍ଠ ଛାତ୍ରୀ ନିବାସର କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ର୍ଶିଷକରେ ଖବର ପ୍ରକାଶନ ନେଇ ସଂପୃକ୍ତ ସାମ୍ବାଦିକଙ୍କୁ ଧମକ ଦିଆ ଯାଇଛି । ଏହି ଘଟଣା ନେଇ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ କାର୍ଯ୍ୟରତ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୧୯ତାରିଖ ଦିନ ଦୈନିକ ଧରିତ୍ରି ଖବର କାଗଜରେ ଏହି ଖବର ପ୍ରକାଶନ ହୋଇଥିଲା । ସେହି ଦିନ ସକାଳ ସମୟରେ ଛାତ୍ରୀ ନିବାସର ଶିକ୍ଷକ ପି.ଶ୍ରୀନିବାସଙ୍କ ସମେତ ୩-୪ ଶିକ୍ଷକ ଶିକ୍ଷତ୍ରୀ ଦୈନିକ ଧରିତ୍ରି ଖବର କାଗଜର ଜିଲ୍ଲା ପ୍ରତିନିଧି ରଶ୍ମିରଂଜନ ମିଶ୍ରଙ୍କୁ ମୋବାଇ ଯୋଗେ ବିଭିନ୍ନ ଭାବେ ଧମକ ଦେଇଥିଲେ । ଏହାପରେ ମଧ୍ୟହ୍ନ ୧୨.୪୦ ସମୟରେ ମୋବାଇଲ ଦ୍ୱାରା ସାମ୍ବାଦିକଙ୍କୁ କଲେଜ ଛକକୁ ଡକାଯାଇ ଏହି ଖବର ପ୍ରକାଶନ ନେଇ କେ.ନିରଣ ଓ ଅନ୍ୟଜଣେ ବିଭିନ୍ନ ଧମକଚମକ ଦେଇ ଭୟବିତ କରିଥିଲେ । ନିଜର ସୁରକ୍ଷା ଦୃଷ୍ଟିରୁ ସମ୍ବାଦିକ ମିଶ୍ର ପାରଳାଖେମୁଣ୍ଡି ଥାନାରେ ଗତକାଲି ରାତ୍ରିରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ଆଜି ପାରଳାଖେମୁଣ୍ଡି ଠାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ପ୍ରତିନିଧି ଜାଣିବା ପରେ ସାମ୍ବାଦିକଙ୍କ ଜରୁରୀ ବୈଠକ ଘଟଣାର ଦୃଢ ନିନ୍ଦା କରାଯାଇଥିଲା । ପରେ ସାମ୍ବାଦିକ ମାନେ ହାଇସ୍କୁଲ ଛକ ଠାରୁ ମୋଟର ସାଇକଲ ଯୋଗେ ସୋଭାଯାତ୍ରାରେ ବାହାରି ଗଜପତି ଜିଲ୍ଲାପାଳ ଅନୁପମ୍ ସାହା ଏବଂ ଜିଲ୍ଲା ଏସପି ସାରା ର୍ଶମାଙ୍କୁ ଏହି ଘଟଣା ନେଇ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ କରାଯାଇ ଏକ ସ୍ମାରକପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ସମସ୍ତ ଜିଲ୍ଲାପ୍ରତିନିଧି ଯଥା କେ.ସିଏଚ. ରତ୍ନ, ଗରୁଡଧର୍ଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଦେବାଶିଷ ପାଢୀ, ଡିଜ୍ଂନଧର ପାଢୀ, ଶ୍ରୀକାନ୍ତ ମହାରଣା, ରଶ୍ମରଂଜନ ମିଶ୍ର, ଗଣେଷ ରାଜୁ, ବାପି ପଣ୍ଡା, ଶିଶର ଗୌଡ, ରୁପେସ ସାହୁ, ବାବୁ ଦାସ, ଆଦର୍ଶ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ହରିହର ପଟ୍ଟନାୟକ, ଜିତୁ ବାରିକ, ପ୍ରଦୀପ ନାୟକ, ସୁଜିତ ବିଶୋୟୀ, ନାନୁ ପଣ୍ଡା, ଅମିତ ପଟ୍ଟନାୟକ, କୃଷ୍ଣ ବେହେରା, ଶିବାଜୀ ପଟ୍ଟନାୟକ, ସୋରଜ ବୀର, ବିର ପଟ୍ଟନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ