ଆମେରିକାର ସାହାର୍ଯ୍ୟବିନା ପାକିସ୍ତାନ କାଙ୍ଗାଳ
ଓ୍ାଶିଂଟନ : ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଭୁଷୁଡିବାରେ ଲାଗିଛି । ନୂଆ କରି ଦେଶର ଉନ୍ନତି କରିବା ପାଇଁ ଆସିଥିବା ଇମ୍ରାନଖାନଙ୍କ ଚେଷ୍ଟା ପରେ ମଧ୍ୟ ଅର୍ଥନୀତି ଭୁଷୁଡିବାରେ ଲାଗିଛି । ଦେଶରେ ଅର୍ଥନୀତି ଭୁଷୁଡି ପଡିଥିବାରୁ କୈାଣସି ବ୍ୟାଙ୍କ ମଧ୍ୟ ଋଣ ଦେଉନାହାନ୍ତି । ତେଣୁ ପାକିସ୍ତାନରେ ଜିଡିପି ହାର ସର୍ବନିମ୍ନ ରହିଛି । ଆମେରିକାର ରଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହେବାପର ଠାରୁ କୈାଣସି ସାହାର୍ଯ୍ୟ କରୁନାହିଁ ଆମେରିକା । ଆମେରିକାକୁ ମନାଇବାକୂ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ କରିଛନ୍ତି । ତେବେ ଇମ୍ରାନଖାନଙ୍କ ଏହି ଗସ୍ତ କିଛି କାମ ଦେବ ନାହିଁ ବୋଲି କୁହାଯାଉଛି । ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ଯେବେ ଅର୍ଥ ଯୋଗାଣ ବନ୍ଦ କରିବ ସେହି ଦିନ୍ ଠାରୁ କିଛିଟା ସୁଦ୍ଧାର ଆସିପାରେ ବୋଲି ଚର୍ଚ୍ଚା ଚାଲିଛି । ଦେଶରେ ସମସ୍ତ ଦେଶ ଅନୁଭବ କରିସାରିଛନ୍ତି ଆତଙ୍କବାଦୀଙ୍କୁ ପାକିସ୍ତାନ ଅର୍ଥ ଯୋଗାଣ କରୁଛି । ତେଣୁ ଆମେରିକା କୈାଣସି ପାକିସ୍ତାନ ଉପରେ ସହାୟତା କରିବାର ନାହିଁ ବୋଲି ଜଣାପଡିଛି ।


