ଛାତ୍ର ସଂସଦ ନିର୍ବାଚନ ବାତିଲକୁ ତୀବ୍ର ନିନ୍ଦା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ବିଜୁ ଜନତା ଦଳ ସରକାର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜୁ ଜନତା ଦଳ ଦୀର୍ଘ ୧୯ ବର୍ଷରୁ ଉଦ୍ଧ୍ୱର୍ ରାଜ୍ୟ ଶାସନ କରୁଥିଲେ ମଧ୍ୟ ରାଗିଙ୍ଗ ମୁକ୍ତ ଶିକ୍ଷାନୁଷ୍ଠାନ ଓ ହିଂସାମୁକ୍ତ ନିର୍ବାଚନ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶିକ୍ଷା ଅଧିକାର ଆଇନ୍କୁ କାର‌୍ୟ୍ୟକାରୀଦଦ୍ଭକରିବାରେ ମଧ୍ୟ ବିଫଳ ହୋଇଛନ୍ତି । ଅର୍ଥାତ୍ ଶତପ୍ରତିଶତ ୬ ରୁ ୧୪ ବର୍ଷ ବାଳକ ବାଳିକା ଶିକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଶିକ୍ଷା ଗ୍ରହଣ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କିମ୍ବା ରୋଜଗାର କିମ୍ବା ବେରୋଜଗାରୀ ଭତ୍ତା ଦେବାରେ ବିଫଳ ହୋଇଛନ୍ତି । ଶତପ୍ରତିଶତ ହିଂସାମୁକ୍ତ କ୍ୟାମ୍ପସ ଗଠନରେ ମଧ୍ୟ ବିଫଳ ହୋଇଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ରାଉତ ବିଜୁ ଜନତା ଦଳ ସରକାରକୁ ତୀବ୍ର ନିନ୍ଦା କରିଛନ୍ତି ।ସାରା ଓଡ଼ିଶାର ଶତପ୍ରତିଶତ ବିଶ୍ୱବିଦ୍ୟାଳୟ, ପ୍ରତି ମହାବିଦ୍ୟାଳୟ ଓ ହାଇସ୍କୁଲ୍ ପାଇଁ ୫ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ନେଇ ୧୦ ଜଣିଆ କମିଟି ଗଠନ କରାଯିବ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ