ଦାରା ସେନାର ବରିଷ୍ଠ ସଦସ୍ୟ ମହେନ୍ଦ୍ର ହେମ୍ବ୍ରମଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କୋଣାର୍କ (ଓ୍ବାଇଏନଏସ): କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧିନ ବେଠିଆ ଗଦା ଠାରେ ନିର୍ମିତ ନୂତନ ସୂର୍ଯ୍ୟ ମନ୍ଦିର ପରିସରରେ ଖୀଷ୍ଟ ଧର୍ମ ପଚାରକ ଗ୍ରାହାମ ଷ୍ଟେନସ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟି ଜେଲରୁ ମୁକୁଳି ଥିବା ଦାରା ସେନାର ବରିଷ୍ଠ ସଦସ୍ୟ ମହେନ୍ଦ୍ର ହେମ୍ବ୍ରମଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କୋଣାର୍କ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରୟୋଗଶାଳାର ଅଧ୍ୟକ୍ଷ ତଥା ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ମହେନ୍ଦ୍ର ହେମ୍ବ୍ରମଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ଟ ମାଲ୍ୟ ଅର୍ପଣ ପୂର୍ବକ କୋଣାର୍କ ଠାରେ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପରେ ମହେନ୍ଦ୍ର ହେମ୍ବ୍ରମ ନୂତନ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସେଠାରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରିଥିଲେ। ସମାଜର ଦୁସ୍ଥ ଓ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ନିମନ୍ତେ ଦୃଢ ସଂକଳ୍ପ ଓ ଶପଥ ନେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଦୀର୍ଘ ୨୫ ବର୍ଷ ଧରି ଜେଲରେ ରହିବା ପରେ ଶେଷରେ ମହେନ୍ଦ୍ର ଙ୍କୁ ମୁକ୍ତି ମିଳିଛି ସେଥିପାଇଁ ମୁଁ ଆନନ୍ଦିତ ବୋଲି ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଜେଲରେ ସଜ୍ଜା କାଟୁଥିବା ଦାରା ସିଂହଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁକ୍ତି ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜୈନ ଆଶାବ୍ୟକ୍ତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋଣାର୍କ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରୟୋଗଶାଳାର ପରିଚାଳକ ଯୁଧିଷ୍ଠିର ସ୍ବାଇଁ, ପୂଜକ ବାପି ପଣ୍ଡାଙ୍କ ସମେତ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ