ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଦ୍ଧ କଲା ଜିଲ୍ଲା ଛାତ୍ର କଂଗ୍ରେସ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଛାତ୍ର ସଂସଦ ନିର୍ବାଚନ ବାତିଲକୁ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିରୋଦ୍ଧ କରାଯାଇଛି । ଚଳିତ ବର୍ଷ ରାଜ୍ୟସରକାର ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଦ୍ଧ କରିଛନ୍ତି ଛାତ୍ର ସଂଗଠନ । ବଡ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ରାଜ୍ୟ ସରକାର କୌଣସି କାରଣ ନଥାଇ ଅଧିକାର ନଷ୍ଟ କରିବାର ଉଦ୍ୟମ କରିଛନ୍ତି । କୁହାଯାଉଛି ଛାତ୍ର ନେତାଙ୍କୁ ସରକାର ବାଛିବେ ଯାହା ଗଣତନ୍ତ୍ର ପଦ୍ଧତିରେ ନିର୍ବାଚନକୁ ବନ୍ଦ କରି ରାଜ୍ୟସରକାର ନିଜର ବୋଲକରା ଛାତ୍ରନେତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ସରକାର ହିଂସାର ବାହାନା ନେଇ ଛାତ୍ର ନିର୍ବାଚନକୁ ବନ୍ଦ କରିବା ସଂପୁର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ ଓ ସରକାର ନେଇଥିବା ନିଷ୍ପତ୍ତିକୁ ତୁରନ୍ତ ବାତିଲ କରାଯାଉ ବୋଲି ଛାତ୍ର ସଂଗଠନ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆର.କାଶିନାଥ, ରୁଦ୍ର ପ୍ରସାଦ ଖଟୁଆ, ଅନୀଲ ପରିଡା, ନାଗେଶ୍ୱର ରାଓ ପ୍ରମୁଖ ଯୋଗଦେଇଥିଲେ୍ ।