ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ବିରୋଧରେ ଅଲ ଇଣ୍ଡିଆ ଡ଼ିଏସଓର ବିକ୍ଷୋଭ
ହିଂଜିଳିକାଟୁ, ୩୦ା୮ (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ବିରୋଧରେ ଶୁକ୍ରବାର ଅଲ ଇଣ୍ଡିଆ ଡ଼ିଏସଓ ଓ ହିଂଜିଳିକାଟୁ ଆଂଚଳିକ କମିଟି ମିଳିତ ଭାବେ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ର ସଂସଦ ନିର୍ବାଚନରେ ହେଉଥିବା ଗଣ୍ଡୋଗୋଳକୁ ରୋକିବା ତଥା ଶୌଖିକ ସାଂସ୍କୃତିକ ବାତାବରଣ ଗଢିତୋଳିବା ପାଇଁ ଉପଯୁକ୍ତ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା ବଦଳରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସମସ୍ୟା ବିରୋଧରେ ଲଢିବା ପାଇଁ ଥିବା ଏହି ଗଣତାନ୍ତ୍ରିକ ଅଧିକାରକୁ ହିଁ କ୍ଷୁର୍ଣ୍ଣ କରିବା ପାଇଁ ସରକାର ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ନେଇଛନ୍ତି । ନିର୍ବାଚନ ବଦଳରେ ମହାବିଦ୍ୟାଳୟ କର୍ତୁପକ୍ଷଙ୍କଦ୍ୱାରା ମନୋନିତ ପ୍ରକିୟାରେ ଛାତ୍ର ପ୍ରତିନିଧି ଚୟନ ଦ୍ୱାରା କର୍ତୁପକ୍ଷଙ୍କ ଗୋଡ଼ାଣିଆ ତଥା ସରକାରୀ ଦଳ ସମର୍ଥୀତ ବା ରାଜନୈତିକ ପ୍ରଭାବାନ୍ୱିତ ଛାତ୍ର ଛାତ୍ରୀ ମାନେ ହିଁ ଛାତ୍ର ସଂସଦ ନିର୍ବାଚନକୁ ଆସିବେ । ସରକାର ଗୋଟିଏ ପଟେ ଶିକ୍ଷା ଉପରେ କ୍ରମାଗତ ଆକ୍ରମଣ କରି ଚାଲିଛନ୍ତି । ଫିସ୍ ବୃଦ୍ଧି, ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଅଭାବ, ଶିକ୍ଷାର ସାମଗ୍ରୀକ ଘରୋଇକରଣ, ବ୍ୟବସାୟୀକରଣ, ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶିତ ନହେବା ଭଳି ବହୁ ସମସ୍ୟାରେ ଶିକ୍ଷାର୍ଥୀ ମାନେ ଜର୍ଜରିତ । ଅପର ପକ୍ଷରେ ଶିକ୍ଷା ସମସ୍ୟା ନେଇ ସଚେତନତା ସୃଷ୍ଟି କରିବା, ଉପଯୁକ୍ତ ଲଢୁଆ ଛାତ୍ର ନେତା ସୃଷ୍ଟି ହେବା ତଥା ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ଗଢି ଉଠିବାରେ ଯେଉଁ ସମ୍ଭାବନା ରହିଛି ତାକୁ ନଷ୍ଟ କରିବା ପାଇଁ ନିଜ ସମର୍ଥୀତ ଛାତ୍ର ମାନଙ୍କୁ ସରକାରୀ ଦଳ ମାନେ ବିଜୟୀ କରାଇବା ପାଇଁ ଏଯାବତ୍ ଚେଷ୍ଟା କରି ଆସୁଥିଲେ । ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନକୁ ଗଣ୍ଡୋଗୋଳ ଆଳରେ ବନ୍ଦ କରିବା ନିଷ୍ପତିକୁ ଅଲ ଇଣ୍ଡିଆ ଡ଼ିଏସଓ ତିବ୍ର ନିନ୍ଦା କରିବା ସହ ଏହି ନିଷ୍ପତି ତୁରନ୍ତ ବାତିଲ କରିବାକୁ ଦାବୀ କରିଛି । ପରିଶେଷରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଅଲ ଇଣ୍ଡିଆ ଡ଼ିଏସଓ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ହିଂଜିଳିକାଟୁ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡ଼ିଏସଓ ଗଂଜାମ ଜିିଲ୍ଲା ଉପସଭାପତି ଉଦ୍ଧବ ମହାଙ୍କୁଡ଼, ସମ୍ପାଦକ ନିମାଇଁ ଚରଣ ସାହୁ, ଅଲ ଇଣ୍ଡିଆ ଡ଼ିଏସଓ ଆଂଚଳିକ କମିଟିର ସଭପ୍ତି ଡ଼ି. ତିରୁପତି ଦୋରା, ସମ୍ପାଦକ ନାରାୟଣ ସାହୁ, ରଂଜନ ସେଠି, ପପୁନୁ ସାହୁ, କାମାରାଜୁ ସାହୁ, କିଶାନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।