ଛାନୁଆ ପଂଚାୟତରେ ‘ମୋ ମାଟି, ମୋ ଦେଶ’ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସୋଲପଟା ଗ୍ରାମରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ କୁମାର ଦତ୍ତଙ୍କ ସହ ବରିଷ୍ଠ ନେତୃବୃନ୍ଦ ଏହି ଅଭିଯାନରେ ସାମିଲ ହୋଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ’ ଅଭିଯାନ ଚାଲିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ମାଟିକୁ ନମନ, ବୀରଙ୍କୁ ବନ୍ଦନ ବାର୍ତ୍ତା ସହ ଅଭିଯାନର ଆରମ୍ଭ କରାଯାଇଛି । ଛାନୁଆ ପଞ୍ଚାୟତର ସୋଲପଟା ଗ୍ରାମରେ ପ୍ରଥମେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଦିଲ୍ଲୀରେ ଅମୃତ ବାଟିକା ସୃଷ୍ଟି ପାଇଁ ଏହି ଗ୍ରାମରୁ ଘରୁ ଘରୁ ଏକ କଳସ ପାତ୍ରରେ ମାଟି ସଂଗ୍ରହ କରାଯାଇଥିଲା । ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପନା ହେବାକୁ ଥିବା ଅମୃତ ବାଟିକା ପ୍ରତିବଦ୍ଧତାର ପ୍ରତୀକ ହେବ । ଶ୍ରୀ ଦତ୍ତ ମୋ ମାଟି , ମୋ ଦେଶ ଅଭିଯାନରେ ସମସ୍ତଙ୍କୁ ପଞ୍ଚ ପ୍ରଣର ଶପଥ ପାଠ କରାଇଥିଲେ । ଭାରତକୁ ଏକ ବିକଶିତ ଦେଶ କରିବା ସହ ଦାସତ୍ୱର ମାନସିକତାକୁ ମୂଳପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ପଞ୍ଚ ପ୍ରଣର ମନ୍ତ୍ର ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି ବିଜୟ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ, ରାମଚନ୍ଦ୍ର ମାଝୀ, ଲକ୍ଷ୍ମୀଧର ମନ୍ତ୍ରୀ, ଆଦିକନ୍ଦ ମାଝୀ, ଜୟକୃଷ୍ଣ ବେହେରା, ମହେଶ୍ୱର ଦାସ, ଅରବିନ୍ଦ ଜେନା, ବିମଳ ସାହୁ, ରବୀନ୍ଦ୍ର ମଣ୍ଡଳ, ରତ୍ନାକର ବେହେରା, କୁନା ମୁଖୀ, ସୁବାଷ ବେହେରା, ପୁଲିନ ଜେନା, ମଣ୍ଟୁ ମାଇତି, ଶକ୍ତିପଦ ମଣ୍ଡଳ, ଇଶ୍ୱର ବାରିକ, ମହେଶ୍ୱର ନାୟକ, ଗଜେନ୍ଦ୍ର ମାଝୀ, ବିଶ୍ୱନାଥ ଧଳ, ଜୟନ୍ତୀ ମାଝୀ, ଶ୍ରୀମତି ମାଝୀ, ଶାନ୍ତିଲତା ଦାସ, ମିନତୀ ଦାସ, ଶଙ୍କର୍ଷଣ ସରଦାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ