ଛୁଟି ଦିନରେ କଟା ଯାଉଛି ରାସ୍ତା ପାଶ୍ୱର୍ରୁ ଗଛ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତ ଗୋଚ୍ଛାୟତ ସାହି ନିକଟରେ ନାଉଗାଁ-ଗାରୋଇକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ମୁଖ୍ୟ ରାସ୍ତା ପାଶ୍ୱର୍ରେ ରାସ୍ତା ଥିବା ଏକ ବଡ ଚାକୁଣ୍ଡା ଗଛ ରବିବାର କଟାଯାଉଥିଲା । ଉକ୍ତ ଗଛ କେହି ବିକ୍ରି କରିଥାଇ ପାରନ୍ତି କିମ୍ବା କାଟ ମାଫିଆମାନେ ମନଇଚ୍ଛା ଗଛ କାଟି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ରାସ୍ତା ପାଶ୍ୱର୍ରେ ଗଛଟି ରହିଥିବା ବେଳେ ଛୁଟି ଦିନେ ଓ ବର୍ଷା ସମୟରେ କଟା ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଗଛ କଟା ସମୟରେ କୌଣସି ସୁତ୍ରରୁ ନାଉଗାଁ ତହସିଲଦାର ଜେ. କଳ୍ପନା ଜାଣିବା ପରେ ସଙ୍ଗେ ସଙ୍ଗେ ଶିଖର ରାଜସ୍ୱ ନିରୀକ୍ଷକଙ୍କୁ ଖବର ଦେଇଥିଲେ । ଉକ୍ତ କାର୍ଯ୍ୟାଳୟରୁ ଜୈନିକ କର୍ମଚାରୀ ଆସି ଗଛ କଟା ବନ୍ଦ କରିବା ସହ ଆସନ୍ତା କାଲି ମାପ ହେବା ପରେ ଗଛ କଟା ଯିବ ବୋଲି କହି ଗଛ କଟାକୁ ସ୍ଥଗିତ ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ