ଛୁଟୁଛି ସହାୟତା ସୁଅ ପ୍ରଫୁଲଙ୍କ ପରିବାରକୁ

ପୋଲସରା (ଅନିଲ କୁମାର ମହାରଣା) : ମଇ ୮ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତଙ୍କ ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ରରେ ମୃତ୍ୟୁ ମୁଖରେ ପଡ଼ିଥିଲେ ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା। ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ପରିବାର ଲୋକେ ଆର୍ଥିକ ଓ ମାନସିକ ସ୍ତରରେ ଭାଙ୍ଗି ପଡ଼ି ଥିବା ବେଳେ ପ୍ରଥମେ ବିଧାୟକ ଶ୍ରୀକାନ୍ତ ସାହୁ ସହାୟତାର ହାତ ବଢ଼ାଇ ଥିବା ବେଳେ, ତାପର ଠାରୁ ଛୁଟିଛି ସହାୟତା ପରେ ସହାୟତାର ସୁଅ। ବୁଧବାର ଦିନ ପୋଲସରା ପପୁଲାର୍ ଭାରତ ଗ୍ୟାସ ତରଫରୁ ପ୍ରପାଇଟର ଜୟନ୍ତ କୁମାର ସେଠୀ,ଓ ମ୍ୟାନେଜର ସନ୍ତୋଷ କୁମାର ବେହେରା ସ୍ୱର୍ଗତ ପ୍ରଫୁଲଙ୍କ ଅସହାୟ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ବିପତ୍ତି ସମୟରେ ମୃତକଙ୍କ ପତ୍ନୀ ଓ ବାପ ଛେଉଣ୍ଡ ୪ ଜଣ ଝିଅଙ୍କ ଚଳିବା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଡାଲି, ଅଟା, ଚିନି, ତେଲ, ହର୍ଲିକିସ, ଝିଅଙ୍କ ପଢ଼ିବା ପାଇଁ ଖାତା, ପେନ୍ , ପେନସିଲ ସହିତ ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ଆଗକୁ ଯେପରି ଛୋଟ ଝିଅ ମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଲରେ ପଢିବେ ଓ ତାଙ୍କ ପରିବାର ପାଇଁ କିପରି କିଛି ସରକାରୀ ସହାୟତା ମିଳିବ ସେହି ବିଷୟରେ ପଞ୍ଚାୟତର ସରପଞ୍ଚ କସ୍ତୁରୀ କରଣଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଗୌଡ଼ , ଅଭିମନ୍ୟୁ ପ୍ରଧାନ, ବସନ୍ତ କୁମାର କରଣ ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ