ଛେଦ ନାଳରେ ଓଲଟିଲା ଟ୍ରକ ଅଳ୍ପେକେ ବଞ୍ଚିଲେ ଦୁଇ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ସୀମା ଠାରୁ ମାତ୍ର୪କିମି ଦୂର ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟ ଛେଦନାଳରେ ଭାରସାମ୍ୟ ହରାଇ ଏକ ଟ୍ରକ ନଂ (ଡବ୍ଲୁବି୨୩ସି୯୪୧୧)ରାୟଗଡ଼ା ରୁ ନଡ଼ିଆକତା ନେଇ କଲିକତା ଯାଉଥିବା ବେଳେ ଓଲଟି ପଡିଛି |ଗାଡି ରେ ଥିବା ଡ୍ରାଇଭର ଓ ହେଲ୍ପର କୁ ସମାନ୍ୟ ଆଘାତ ଲାଗି ଥିବା ବେଳେ ସେମାନେ ସୁସ୍ଥ ଥିବା ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ କହିଛନ୍ତି |ଅନ୍ୟପଟେ ଉକ୍ତ ନାଳ ହିଁ ୭ମାସ ତଳେ ଏକ ବସ ଦୃଘଟଣା ଘଟିଥିଲା ସେଥିରେ ୧୦ଜଣ ମୃତ ହଇଥିବା ବେଳେ ଅନ୍ୟ ୩୦ଜଣ ଙ୍କୁ ଆଘାତ ଲାଗିଥିଲା, ହେଲେ ଦୃଘଟଣା କୁ ରୋକିବା ପାଇଁ ଜାତୀୟ ରାଜପଥ ବିଭାଗ ନିରବପାଲଟିଛି ନା ଆଉ ମୁଣ୍ଡ ଗଡ଼ିଲେ ନିଦ ଭାଙ୍ଗିବ ତାହା ଅଞ୍ଚଳ ରେ ଚର୍ଚ୍ଚା ପାଲଟିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ