ଛେଲାଗଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକର ଛେଲାଗଡ ପଂଚାୟତ ପରିସରରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ନଥିବାରୁ ଅଭିଯୋଗ ଶୁଣିଥିଲେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ରଞ୍ଜିତ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ବିଡ଼ିଓ ପ୍ରଦୀପ କୁମାର ନାୟକ, ବ୍ଲକ୍ ଅଧକ୍ଷା ଲକ୍ଷ୍ମୀ ଶବରଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣିରେ ମୋଟ ୧୧୩ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୬୫ଟି ବ୍ୟକ୍ତିଗତ ଓ ୪୮ଟି ସାମୁହିକ ଅଭିଯୋଗର ସମାଧାନ ହୋଇଥିଲା । ୮ଟି ମୂଖ୍ୟ ପ୍ରସଙ୍ଗ ରହିଥିଲା । ଚିକିତ୍ସା ପାଇଁ ଅର୍ଥ ସହାୟତା, ରାସ୍ତା, ପାଣି, ଖାଉଟି କାର୍ଡ ଆଦି ମୁଖ୍ୟ ପ୍ରସଙ୍ଗ ରହିଥିଲା । ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ କିଛି ଅର୍ଥ ଦିଆ ଯାଇ ନାହିଁ । ଏହି ଅଭିଯୋଗ ଶୁଣାଣିରେ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ