ଛେଳି ଚୋର ଘଟଣାରେ ଦୁଇ ଜଣ ଗିରଫ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅଧିନ ତରେଇ ପାଟପୁର ଗ୍ରାମରେ ଛେଳି ଚୋର ଘଟଣାରେ ଦୁଇଜଣକୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଗୋପୀ ନାୟକ ଓ ଗଣେଷ ପ୍ରଧାନ । ମିଳିଥିବା ସୂଚନାନୁସାରେ, ତରେଇ ପାଟପୁର ଗ୍ରାମ ର ଲଷ୍ମୀବେହେରା ଙ୍କ ଦୁଇଟି ଛେଳି ଚୋରି ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପୁଲିସ ୫୨୭/୨୧ ରେ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । ସେମାନଙ୍କ ଠାରୁ ଉଦ୍ଧାର ହୋଇଥିବା ଦୁଇଟି ଛେଳି ଲଷ୍ମୀଙ୍କୁ ହସ୍ତାନ୍ତର କରାଯାଇଛି l