ଛେଳି ମାରିବା ପାଇଁ ୭୮ ଲକ୍ଷ

ସାଧାରଣତଃ ଛେଳିର ଦାମ୍ ୫ରୁ ୭ ହଜାର ଭିତରେ ହୋଇଥାଏ । ହେଲେ ଏକ ଛେଳିକୁ ମାରିବା ପାଇଁ ୭୮ ଲକ୍ଷ ଖର୍ଚ୍ଚ କରିବା ବିଶ୍ୱାସ ଯୋଗ୍ୟ କଥା ନୁହେଁ । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ଆମେରିକାର ଜଣେ ଶିକାରୀ ଗୋଟିଏ ଛେଳିକୁ ଶିକାର କରିବା ପାଇଁ ପାକିସ୍ତାନ ସରକାରଙ୍କୁ ୭୮ ଲକ୍ଷ ଦେଇଥିବା ଚର୍ଚ୍ଚା ହେଉଛି । ଏହି ଛେଳିଟି ଏକ ବିରଳ ପ୍ରଜାତିର ଅଟେ । ଶିକାରୀ ଜଣଙ୍କ ପାକିସ୍ତାନ ସରକାରଙ୍କୁ ଏତେ ମାତ୍ରାରେ ଟଙ୍କା ଦେଇ ଲାଇସେନ୍ସ ହାସଲ କରିଛନ୍ତି । ପାକିସ୍ତାନ ଏହି ବିରଳ ଜାତୀୟ ଛେଳିର ଶିକାର ଉପରେ ରୋକ ଲଗାଇଛନ୍ତି । ମାତ୍ର ବିଦେଶୀଙ୍କୁ ପ୍ରତିବର୍ଷ ମାତ୍ର ୧୨ଟି ଛେଳି ମାରିବାର ଅନୁମତି ପାକିସ୍ତାନ ସରକାର ଦେଇଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ