ଛୋଟାରାମ ବାବାଙ୍କ ୮୮ତମ ମହୋତ୍ସବ ପାଳିତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ତୀର୍ଥ କୂଳରେ ଅବସ୍ଥିତ ସର୍ବପୁରାତନ ଆଶ୍ରମରେ ବାବା ଛୋଟାରାମ ବାବାଙ୍କ ୮୮ତମ ମହୋତ୍ସବ ଅତି ଧୁମ୍ ଧାମରେ ପାଳନ କରାଯାଇଅଛି । ବାବାଙ୍କ ଆଶ୍ରମରେ ସୀମିତ ଭକ୍ତଙ୍କ ଉପସ୍ଥିତିରେ ନାମ ସଙ୍କୀର୍ତ୍ତନ କରାଯାଇଅଛି । ଆଜିକୁ ପ୍ରାୟ ୮୮ ବର୍ଷ ତଳେ ସାବିତ୍ରୀ ଅମାବାସ୍ୟା ଦିନ ବାବା ସ୍ଵଇଚ୍ଛାରେ କିଛି ଭକ୍ତଙ୍କ ଅନୁପସ୍ଥିତିରେ ଆଶ୍ରମରେ ଜୀବିତ ଅବସ୍ଥାରେ ସମାଧି ନେଇଥିଲେ । ତେଣୁ ପ୍ରତିବର୍ଷ ଏହି ପବିତ୍ର ଦିନରେ ବାବାଙ୍କ ସମାଧି ମହୋତ୍ସବ ପାଳନ କରାଯାଉଅଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବାବା ସମାଧି ନେଲା ପରେ ମଧ୍ୟ ତାଙ୍କର ଜଣେ ଶିଷ୍ୟ ବାବାଙ୍କୁ ପୁରୀ ଯାଉଥିବାର ଦେଖିଥିଲେ ଏବଂ ବାବା ତାଙ୍କୁ ଜଣାଇଥିଲେ କି ମୋତେ ଦେଖିଛ ବୋଲି ତୁମେ କାହାକୁ କିଛି କହିବ ନାହିଁ ବୋଲି । ଯଦି କାହାକୁ କିଛି କୁହ ତୁମେ ମଧ୍ୟ ବଞ୍ଚିବ ନାହିଁ ବୋଲି । କିନ୍ତୁ ଶିଷ୍ୟ ଜଣଙ୍କ ବାବାଙ୍କ କଥା ନଶୁଣି ସଭିଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ସେ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ସେତେବେଳେ ଏହି ଖବର ଅନ୍ୟ ଭକ୍ତ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବାବା ଛୋଟାରାମ ଜଣେ ସିଦ୍ଧ ପୁରୁଷ ଏବଂ ପରମ ଶିବ ଭକ୍ତ ଥିଲେ । ସେ ବିଭିନ୍ନ ପ୍ରକାରର ଅଲୌକିକ ବା ଅଦୃଶ୍ୟ ଶକ୍ତିର ଅଧିକାରୀ ଥିଲେ । ଏହି ଆଶ୍ରମରେ ବାବାଙ୍କ ମହିମାରୁ କାମଳ ରୋଗ ଅତି ସହଜରେ ଭଲ ହେଉଥିବାରୁ ବାବା ଛୋଟାରାମଙ୍କ ମହିମା ଅପାର । ଏଥିପାଇଁ ବହୁ ଦୂର ଦୁରାନ୍ତରୁ ଲୋକ ମଧ୍ୟ ଅନେକ ସମୟରେ ବାବାଙ୍କ ଆଶ୍ରମକୁ ଆସିଥାନ୍ତି । ଏହି ମହତ୍ ମହୋତ୍ସବ କାର୍ଯ୍ୟକ୍ରମକୁ ଆଶ୍ରମର ମଠାଧିଶ ଶ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ବୁଦ୍ଧନାଥ ପତି , ପ୍ରଦୀପ ପଣ୍ଡା , ଭଗବାନ୍ ସ୍ୱାଇଁ , ପ୍ରତାପ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ