ଛୋଟ ପରଦାରେ ନଜର ଆସିବେ ଗ୍ରେସୀ ସିଂହ

“ଲଗାନ୍‌’ ଏବଂ “ମୁନ୍ନା ଭାଇ ଏମ୍‌ବିବିଏସ୍‌’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଗ୍ରେସୀ ସିଂହଙ୍କୁ ଏବେ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ । ଗ୍ରେସୀ ୨୦୧୫ରେ ଛୋଟ ପରଦାରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ସେ ସନ୍ତୋଷୀ ମା’ ଚରିତ୍ରରେ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲେ । ଏହି ଶୋ’ ୨୦୧୭ରେ ବନ୍ଦ ହୋଇଯାଇଥିଲା । ୨ ବର୍ଷ ପରେ ଏବେ ଗ୍ରେସୀ ପୁଣି ଥରେ ସନ୍ତୋଷୀ ମା’ ଚରିତ୍ରରେ ଅଭିନୟ କରିବେ । “ସନ୍ତୋଷୀ ମା’: ସୁନାଏ ବ୍ରତ କଥାଏ’ ନାମକ ଏହି ଶୋ’ରେ ସେ ମା’ଙ୍କ ବ୍ରତ କଥା ବିଷୟରେ କହିବେ । ଏ ନେଇ ଗ୍ରେସୀ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ