ଛୋଟ ପରଦାରେ ହୁମା

କିଛି ନାମୀଦାମୀ ଅଭିନେତା ଅଭିନେତ୍ରୀଙ୍କ ଭଳି ଛୋଟ ପରଦାକୁ ମୁହାଁଇଛନ୍ତି ଅଭିନେତ୍ରୀ ହୁମା କ୍ୟୁରୋସୀ । ଜୀ ଟିଭିରେ ପ୍ରସାରୀତ ହେବାକୁ ଥିବା ରିଆଲିଟୀ ଶୋ’ “ଇଣ୍ଡିଆନ୍ ବେଷ୍ଟ ଡ୍ରାମେବାଜ୍’ ରେ ସେ ବିଚାରକ ମଣ୍ଡଳୀ ରୂପରେ ସ୍ଥାନ ପାଇଛନ୍ତି । ଏହା ହେଉଛି ହୁମାଙ୍କର ପ୍ରଥମ ଟେଲିଭିଜନ କାର୍ଯ୍ୟକ୍ରମ । “ଇଣ୍ଡିଆନ୍ ବେଷ୍ଟ ଡ୍ରାମେବାଜ୍’ର ତୃତୀୟ ସଂସ୍କରଣରେ ବଲିଉଡ୍ ଅଭିନେତା ବିବେକ୍ ଓବରୟେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଉମଙ୍ଗ କୁମାରଙ୍କ ସହ ଶିଶୁ କଳାକାରମାନଙ୍କର ମାର୍ଗଦର୍ଶକ ସାଜିବେ ହୁମା । ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଥିଲେ । କିନ୍ତୁ କୌଣସି କାରଣରୁ ସୋନାଲି ବାଦ୍ ପଡ଼ିବାରୁ ହୁମାଙ୍କୁ ତାଙ୍କ ସ୍ଥାନରେ ନିଆଯାଇଛି । ହୁମା ଏହାକୁ ନେଇ କହିଛନ୍ତି ଯେ ‘‘ଇଣ୍ଡିଆନ୍ ବେଷ୍ଟ ଡ୍ରାମେବାଜ’’ ଭଳି ପ୍ଲାଟଫର୍ମ ଯୁବକଳାକାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ଉତ୍ତମ ମାଧ୍ୟମ । ତେଣୁ ଏହି କାର୍ଯ୍ୟକ୍ରମରେ ସେ ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ