ଛୟାଳସିଂହ ଶନି ମନ୍ଦିରରେ ବାର୍ଷିକ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଛୟାଳସିଂସ୍ଥିତ ଶନି ମନ୍ଦିରରେ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକୋତ୍ସବ ୨୦ ତାରିଖ ଦିନ ସମାପନ ହୋଇଯାଇଛି । ଶ୍ରୀ ଶନିମହାବୀର ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ପୂଜକ ନାରାୟଣ ମିଶ୍ର, କାଶୀନାଥ ପାଣିଗ୍ରାହୀ, ଦେବଦତ୍ତ ଦୀକ୍ଷିତ, ଅକ୍ଷୟ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । କର୍ତ୍ତା ଭାବେ ବିଜୟ ନାୟକ, ପ୍ରଭାସିନୀ ନାୟକଙ୍କ ସମେତ ୧୯ ଜଣ କଳସ ଆଣିଥିଲେ । ୩ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ପୂଜା ଉତ୍ସବରେ ଭାଗବତ ବେହେରା, ଚୈତନ୍ୟ ମହାନ୍ତି, ଶ୍ରଦ୍ଧାରଂଜନ ନାୟକ, ନିରଂଜନ ବେହେରା, ଭାଗବତ ରାଉତ, ଶରତ କୁମାର ନାୟକ, ଗଣେଶ ଚନ୍ଦ୍ର ତ୍ରିପାଠୀ, ଗୌରାଙ୍ଗ ଚନ୍ଦ୍ର ଦାସଙ୍କ ସମେତ ମନ୍ଦିର କମିଟି ତଥା ଚାରିଟେବଲ ଟ୍ରଷ୍ଟର ସଦସ୍ୟମାନେ ସହଯୋଗ କରିଥିଲେ ।