ଜଂଗଲ ବିଭାଗ ଆଉଟ ସୋର୍ସିଂ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଜଂଗଲ ବିଭାଗ ଆଉଟ ସୋର୍ସିଂ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଜ ପରିଧାନ କରିଛନ୍ତି । ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁରର ସ୍କ୍ୱାର୍ଡ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ମହାନ୍ତଙ୍କ ନେତୃତ୍ୱରେ ହଦଗଡ ବାନଞ୍ଚଳରେ ବହୁଦିନ ଧରି କାର୍ଯ୍ୟକରି ଆସୁଥିବା ଅସ୍ଥାୟୀ କର୍ମଚାରୀ ମାନେ ସେମାନଙ୍କ ଆଉଟ ସୋର୍ସିଂ ଭଳି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି କରିବା ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ମାତ୍ର ସରକାର ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନକରିବାରୁ ସେମାନେ ଗତ ୧୪ତାରିଖ ଠାରୁ କଳାବ୍ୟାଜ ପରିଧାନ କରି ଆନେ୍ଦାଳନ ଚଳାଇ ଆସୁଛନ୍ତି । ଯଦି ।ସନ୍ତା ୨୦ତାରିଖ ଭିତରେ ସରକାର ସେମାନଙ୍କ ଦାବି ପୁରଣ ନକରନ୍ତି ତେବେ କର୍ମଚାରୀମାନେ ଭୁବନେଶ୍ୱରରେ ଆନେ୍ଦାଳନ କରିବେ ବୋଲି ପ୍ରେମାନନ୍ଦ ଜେନା, ଜ୍ୟୋତି ରଞ୍ଜନ ମଲ୍ଲିକ, ରତିକାନ୍ତ ଜେନା, ଅର୍ଜୁନ ହାଁସଦା, ସଞ୍ଜୟ ହୋ ପ୍ରମୁଖ ଚେତାବନୀ ଦେଇଛନ୍ତି ।