ଜକରର ଅଧିଷ୍ଠାତ୍ରୀ ଦେବୀ ମାଁ’ କାଳୂୁଆ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ
ଜକରର ଅଧିଷ୍ଠାତ୍ରୀ ଦେବୀ ମାଁ’ କାଳୂୁଆ ଠାକୁରାଣୀଙ୍କ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଗ୍ରାମର କାଳୁଆ ମନ୍ଦିରରୁ ମାଁ’ଙ୍କ ଘଟକୁ ଗ୍ରାମପରିକ୍ରମା ପରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରାଯାଇଥିଲା। କାଳୁଆ ଯାତ୍ରା ୧୩.୦୬.୧୯ ଠାରୁ ୧୮.୦୬. ୧୯ ପର୍ଯ୍ୟନ୍ତ ହୋଇ ୧୯ ତାରିଖ ପ୍ରତ୍ୟୁଷରେ ଘଟକୁ ପୁଣି ସ୍ଥାୟୀ ମନ୍ଦିରକୁ ଫେରାଇ ନିଆଯିବ।ପ୍ରତିଦିନ ସକାଳୁ ମଙ୍ଗଳ ଆଳତୀ, ଖରାବେଳେ ମଧ୍ୟାହ୍ନଧୁପ ଓ ସଂଧ୍ୟାରେ ସଂଧ୍ୟଆଳତୀ ସାଙ୍ଗକୁ ରାତିରେ ଦେବୀଙ୍କ ଘଟକୁ ଗ୍ରାମପରିକ୍ରମାରେ ନିଆଯିବା ସହିତ ପ୍ରତିଦିନ ଉଭୟ ଦିନ ଓ ରାତ୍ରୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଯାତ୍ରାପରିଚାଳନା ପାଇଁ ଠିକାଦାର ତଥା ସମାଜସେବୀ ପ୍ରଶାନ୍ତ କୁମାର ପ୍ରଧାନ, ସରପଞ୍ଚ ଚୈତନ୍ୟ ପ୍ରଧାନ,ଅରୁଣ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ ନକୁଳ ପ୍ରଧାନଙ୍କୁ ନେଇ ଗଠିତ ମାର୍ଗଦର୍ଶକ ମଣ୍ଡଳୀ ନିର୍ଦ୍ଦେଶରେ ଗ୍ରାମବାସୀଙ୍କ ଦ୍ବାରା ଏକ ୪୫ ଜଣିଆ କମିଟି ଗଠନ କରାଯାଇଛି। କମିଟିର ସଭାପତି ରୁପେ ବାବୁନାଥ ପ୍ରଧାନ, ସମ୍ପାଦକ ରୁପେ ବାବାଜୀ କନ୍ୟାରୀ ଓ କୋଷାଧ୍ୟକ୍ଷ ରୁପେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ମନୋନିତ କରାଯାଇଛି। ଗଦାଧର ପ୍ରଧାନ, ବିଘ୍ନେଶ୍ବର ପ୍ରଧାନ ଦିଲ୍ଲିପ ପ୍ରଧାନ , ଯାଦବ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ ଓ ହରି ପ୍ରଧାନ ପ୍ରମୁଖ ବିଭିନ୍ନ ଦାୟିତ୍ତ୍ବ ତୁଲାଉ ଥିବା ବେଳେ ଗ୍ରାନର ଯୁବ ସ୍ବେତ୍ସାସେବୀ ଓ ଗ୍ରାମ ବାସୀ ମାନେ ଯାତ୍ରାୋରିଚାଳନାରେ ସହଯୋଗ କରୁଛନ୍ତି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସାଙ୍ଗକୁ ସଂଧ୍ୟାରେ ସୁସଜ୍ଜିତ ଆଲୋକ ମାଳା ଦର୍ଶକଙ୍କ ମନ ମୋହୁଛି।