ଜଗତଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ଠାରେ ଥିବା ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ)ରେ ଜଗତଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି l ଏଥିର ମୁଖ୍ୟ ଅନାଦି ପାଣିଗ୍ରାହୀ ଓ ମହନ୍ତ ରମାନନ୍ଦ ଦାସ ଜୀଙ୍କ ଅନୁମତି କ୍ରମେ ବିଶ୍ଵର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପାଳିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ଚିନ୍ମୟ ମିଶନର ସନ୍ୟାସୀ ସ୍ୱାମୀ ନିଗମାନନ୍ଦ ଜୀଙ୍କ ଅଧକ୍ଷତାରେ ବାଳ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଦ୍ଵିତୀୟ ପର୍ଯ୍ୟାୟରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶ୍ରୀକୃପାଳୁ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ବିଷୟରେ ଅବଗତ କରାଇ ନାମସଂକୀର୍ତ୍ତନ କରାଇଥିଲେ l ଆଶ୍ରମର ଅନ୍ତବାସୀ ପିଲାମାନେ ଉତ୍ସହ ସହିତ ନାମସଂକୀର୍ତ୍ତନ କରି ଆଶ୍ରମ ପରିକ୍ରମା କରିଥିଲେ l ଏଥିରେ ବାଳକୃଷ୍ଣ ଜେନା ଓ ଗଣେଶ ଯାନୀ ସହଯୋଗ କରିଥିଲେ I