ଜଗତସିଂହପୁରରେ ବିଜେଡିର ବାଜିମାତ୍
ତିର୍ତ୍ତୋଲରେ ବିଷ୍ଣୁ, ପାରାଦୀପରେ ସମ୍ବିତ୍, ବାଲିକୁଦା-ଏରସମାରେ ରଘୁ
ରଘୁନାଥପୁର(ଯୁଗାବ୍ଦନ୍ୟୁଜ): ନିର୍ବାଚନ ଫଳାଫଳ ଘୋଷଣା ପରେ ଜଗତସିଂହପୁର ଜିଲ୍ଲାରେ ବିଜେଡି ବାଜିମାତ୍ କରିଥିବା ଗୁରୁବାର ସନ୍ଧ୍ୟା ସୁଧା ସଂପୂର୍ଣ୍ଣ ଫଳାଫଳ ମିଳି ନଥିଲେ ମଧ୍ୟ ରାଜଶ୍ରୀ ଓ ବିଷ୍ଣୁ ସମର୍ଥକମାନେ ବାଣ ଫୁଟାଇ ଖୁସି ମନାଇଥିବା ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବଧାନସଭା ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ବିଜେପିର ରମାକାନ୍ତ ଭୋଇ ବିଜେଡିର ବିଷ୍ଣୁ ଦାସଙ୍କ ମଧ୍ୟରେ ଟକ୍କର ହୋଇଥିଲା । କଂଗ୍ରେସର ଦେବ ମଲ୍ଲିକ ଲୋକଙ୍କ ମନକୁ କିଣିପାରିନଥିଲେ । ଫଳାଫଳ ଘୋଷଣାପରେ ସାଂସଦ ଡା ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଦାସ ଜିତିବାର ସୂଚନା ମିଳିବା ପରେ ରଘୁନାଥପୁର ରାଜନୈତିକ ସମର୍ଥକ ବାଣ ଫୁଟାଇ ଉତ୍ସବ ପାଳିଥିଲେ । ରଘୁନାଥପୁର, ତାରପୁର, ତଅଁରା, ରେଢୁଆ, ଜଇପୁର, ଚିକିଣିଆ, ତରିକୁନ୍ଦ, ଗୁଆଳିପୁର, ଜଇଶୋଳ, ବରାଗଳ ଆଦି ଛକମାନଙ୍କରେ କର୍ମୀମାନେ ଆନନ୍ଦ ଉଲ୍ଲାସରେ ବିଜୟ ଉତ୍ସବ ପାଳିଥିଲେ ।