ଜଗତସିଂହପୁର ଜିଲ୍ଲାରେ ଶନିବାର ୨୨ କୋରୋନା ପଜିଟଭ୍ ଚିହ୍ନଟ
ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ୨୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ପ୍ରକାଶିତ ସୂଚନା ଅନୁଯାୟୀ ଶନିବାର କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ଙ୍କ ସଂଖ୍ୟା ୪୯୧ରେ ପହଞ୍ôଚଛି । ୩୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧୩ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ପାରାଦ୍ୱୀପ ଅଞ୍ଚଳରୁ ୧୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିହାର ଓ ତାମିଲନାଡୁ ଫେରନ୍ତା ଦୁଇଜଣଯାକ ଟିଏମ୍ସିରେ ଥିଲେ । ସେହିପରି ପଶ୍ଚିମବଙ୍ଗ ରୁ ୪, ଉତ୍ତର ପ୍ରଦେଶରୁ ୩, ପଞ୍ଜାବରୁ ୨, ମହାରାଷ୍ଟ୍ରରୁ ୨, ହରିୟାନାରୁ ୨, ଗୁଜୁରାଟରୁ ୨ ଓ ଜଣେ ବିହାରରୁ ଆସିଥିଲେ । ୫ଜଣ ପେଡ୍ କ୍ୱାରେନଟାଇନ୍ ରେ ଥିବା ବେଳେ ୧୦ଜଣ ଆଇଓସିଏଲ ର କ୍ୱାରେନଟାଇନ୍ରେ ଥିବା ବେଳେ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଆଇସୋଲେସନ୍ ସେଣ୍ଟର ରେ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିଭଳି ନାଉଗାଁ ବ୍ଳକରୁ ୩ଜଣ ଓ କୁଜଙ୍ଗ ବ୍ଳକରୁ ଜଣେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।


