ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିପଦ ଛାଡୁନି

ଜଗତସିଂହପୁର, (ଅନସୂୟା ରାଉତ): କେତେଦିନ ହେବ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିପଦର ଗନ୍ତାଘର ପାଲଟିଛି। କେତେବେଳେ ଡାକ୍ତର ମାନେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଛଟେଇ ହୋଇଛନ୍ତି। କେତେବେଳେ କରୋନା ରୋଗୀମେଡିକାଲର ରୋଗୀଙ୍କ କକ୍ଷରେ ଫ୍ଯାନରେ ରଶିଲଗାଇ ଆତ୍ମହତ୍ୟା କରୁଛନ୍ତି । ଆଜି ଜଣେ ମହିଳା ଆମ୍ବୁଲାନ୍ସ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଏ ତିର୍ତ୍ତୋଲ କନକପୁର ଅଞ୍ଚଳର ବିଜୟ ନାୟକ ତାଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ମେଡିକାଲରେ ଆଡ୍ ମିଟ୍ କରିଥିଲେ । ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ଭଲ ନଥିବା କହି ଡାକ୍ତର ତାଙ୍କୁ କଟକ ବଡମେଡିକାଲ୍ ପଠାଇଲେ । ସରକାରୀ ଆମ୍ବୁଲାନ୍ସ ସେବା ମାଧ୍ୟମରେ ସେହି ମହିଳା କଟକ ଯାଉଥିଲେ । ମହିଳାଙ୍କ ମୁହଁରେ ଅକ୍ସିଜେନ ଡାକ୍ତର ଖାନା ତରଫରୁ ଲଗାଯାଇଥିଲା । ମହିଳା ରୋଗୀ ମେଡିକାଲ ଠାରୁ ୫୦୦ମିଟର ଯାଇ ନିସ୍ତେଜ ହୋଇ ଯାଇଥିଲେ । ରୋଗୀଙ୍କ ପୁଅ ମାଙ୍କ ନିସ୍ତେଜ ଅବସ୍ଥା ଦେଖି ଆମ୍ବୁଲାନ୍ସ କର୍ମଚାରୀଙ୍କ ସାହାଯ୍ୟ ନେଇ ଥିଲେ । ଆମ୍ବୁଲାନ୍ସ କର୍ମଚାରୀ ଅକ୍ସିଜେନ ଗ୍ଯାସ୍ ସିଲିଣ୍ଡର ଦେଖିଥିଲେ ହେଲେ ସେଥିରେ ଅକ୍ସିଜେନ ନଥିଲା । ଏପରି ବେପରୁଆ କାର୍ଯ୍ୟ କାହାର ଥିଲା?କେଉଁ କାରଣରୁ ମହିଳା ମୃତ୍ୟୁ ବରଣ କଲେ ? ଏବାବଦରେ ମୃତା ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ