ଜଗତ୍ସିଂହପୁର ଜିଲ୍ଲାରେ ୪ ସୁରତ ଫେରନ୍ତା କରୋନା ପଜେଟିଭ୍ ଜିଲ୍ଲା ବାସୀଙ୍କ ମଧ୍ୟରେ ଛନକା
ପାରାଦ୍ୱୀପ,(ପିତବାସ ପ୍ରଧାନ):କେନ୍ଦ୍ର ସରକାରଙ୍କ କରୋନା ଗାଇଡ୍ ଲାଇନ୍ ଅନୁସାରେ ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯାଇଥିଲା । ଜଗତସିଂହପୁର ଜିଲ୍ଲାବାସୀ ଲକ୍ଡାଉନ୍ ର ନିୟମାବଳୀ ମାନିନଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ରୁ କୌଣସି ଗୋଟିଏ ହେଲେ ବି କରୋନା ପଜଟିଭ୍ ମିଳିନଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ରେ ମଧ୍ୟ ଜିଲ୍ଲାରୁ ଜଣେ ହେଲେ ବି କୋଭିଡ୍ ପଜଟିଭ୍ ମିଳିନଥିଲା ।ଫଳରେ ଜଗତସିଂହପୁର ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରୀନ୍ ଜୋନ ତାଲିକାରେ ସାମିଲ ହୋଇଥିଲା । ଜିଲ୍ଲାପାଳ ସଂଗ୍ରାମ କେଶରୀ ମାହାପାତ୍ରଙ୍କ ପରାମର୍ଶକ୍ରମେ ସମଗ୍ର ଜିଲ୍ଲାବାସୀ ଦୁଇ ପର୍ଯ୍ୟାୟ ଲକ୍ଡାଉନ୍ ରେ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଜିଲ୍ଲାପାଳ, ଏସ୍ପି, ପାରାଦ୍ୱୀପ ବନ୍ଦର, ଜିଲ୍ଲାର ବିଭିନ୍ନ ବ୍ଳକ, ପୌର ପାଳିକା କର୍ତ୍ତୃପକ୍ଷଙ୍କ ମିଳିତ ରଣନୀତି ସଫଳ ହୋଇଥିଲା । ଦୁଇ ପର୍ଯ୍ୟାୟରେ ଜିଲ୍ଲାରୁ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ହେଲେ ସୁରତ ଫେରନ୍ତା ଜିଲ୍ଲାବାସୀଙ୍କ ଦୁଃଖବଢେଇ ଦେଇଛନ୍ତି । ଜିଲ୍ଲା ଗ୍ରୀନ୍ଜୋନ୍ରୁ ଅରେଂଜ ଜୋନ୍ କୁ ଉନ୍ନିତ ହୋଇଛି ଯେତେବେଳେ ଜିଲ୍ଲାର ନାଉଗାଁ ବ୍ଳକ୍ ରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନିତ ହେଲେ ଦୀର୍ଘ ୫୦-୫୩ ଦିନ ହେବ ‘୦’ ରେ ଚାଲିଥିବା ଜଗତସିଂହପୁର ହଠାତ୍ ୪ଜଣ ଆକ୍ରାନ୍ତ ଚିହ୍ନିତ ହେବାପରେ ଜିଲ୍ଲାବାସୀଙ୍କ ମନରେ ଛନକା ପଶିଯାଇଛି । କଣ ହେବ ଜିଲ୍ଲାର ଭବିଷ୍ୟତ ନିୟମାବଳୀ ସେ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ଦେଖାଦେଉଛି ।