ଟ୍ରେନ୍ ଧକ୍କାରେ ଜଣେ ମୃତ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁର ଥାନା ଅଧୀନ ବ୍ରାହ୍ମଣିଆପଲ୍ଲୀ ରେଳଧାରଣା ନିକଟରେ ଟ୍ରେନ୍ ଧକ୍କାରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ପଞ୍ଚୁ ସେଠୀ ବୋଲି ଜଣାପଡିଛି । ଆଜି ସକାଳୁ ପଞ୍ଚୁ କାଜୁ ତୋଟାକୁ ରେଳଧାରଣା ପାର ହୋଇ ଯାଉଥିବା ବେଳେ କୁହୁଡି ହୋଇଥିବା ନେଇ ଟ୍ରେନ୍ ଆସୁଥିବାର ସେ ଜାଣି ପାରିନଥିଲେ । ଫଳରେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


