ଜଗତ ଜନନୀ ବେଶ ରେ ଦର୍ଶନ ଦେଲେ ମା ମଙ୍ଗଳା

ନିମାପଡ଼ା, (ସନ୍ତୋଷ ଦାଶ):ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆରମ୍ଭ ହୋଇଥିବା ଶାରଦୀୟ ପାର୍ବଣ ପୂଜା ଦଶହରା ଅର୍ଥାତ ବିଜୟା ଦଶମୀ ଦିନ ଶେଷ ହୋଇଛି। ବିଜୟା ଦଶମୀ ଦିନ ମା ମଙ୍ଗଳା ଜଗତ ଜନନୀ ବେଶ ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ପୂଜା ପଣ୍ଡା ଭାବେ ରଘୁନାଥ ଦିକ୍ଷୀତ ଓ ପାଳିଆ ପଣ୍ଡା ଭାବେ ହୃଦାନନ୍ଦ ଦିକ୍ଷୀତ ମା ଙ୍କ ବେଶ ଓ ପୂଜାନୀତି ସମାପନ କରିଥିଲେ। ଭଅଣ୍ଡ ଧୂପ ପରେ ମା ଙ୍କ ବିଜେ ପ୍ରତିମା ଓ କନକ ଦୁର୍ଗା ଙ୍କୁ ଏକତ୍ର ଏକ ଖଟୁଲି ରେ ମନ୍ଦିର ର ଜଗମୋହନ ଠାରେ ଉତ୍ତର ମୁଖା କରି ଉପବେଶନ କରାଯାଇଥିଲା। ସଂଧ୍ୟା ଆଳତୀ ପରେ ଦୁଇ ପ୍ରତିମା ଙ୍କୁ ଏକତ୍ର ଏକ ମଣି ବିମାନ ରେ ବସାଯାଇ ଶୋଭାଯାତ୍ରା ରେ ମୂଳାଗଡ ସ୍ଥିତ ସମେଶ୍ୱର ଶମ୍ଭୁ ମନ୍ଦିର କୁ ନିଆଯାଇଥିଲା। ସେଠାରେ ପାରମ୍ପରିକ ପ୍ରଥାନୁସାରେ ହରଦୂର୍ଗା ଭେଟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ର ପୂଜା ନୀତି ପ୍ରକାଶ କୁମାର ପଣ୍ଡା, ତୁଷାର ରଞ୍ଜନ ଦିକ୍ଷୀତ ଓ ଅନ୍ୟ ସେବକ ମାନେ କରିଥିଲେ। ଏହାପରେ ଦେବୀ ଦ୍ବୟ ଙ୍କୁ ମଙ୍ଗଳା ଙ୍କ ମନ୍ଦିର କୁ ଅଣାଯାଇ ବାହୁଡା ବିଜେ କରାଯାଇଥିଲା। ଜଗତି ପୂଜା ପରେ ଦୁଇ ଠାକୁରାଣୀ ସିଂହାସନ କୁ ବିଜେ କରିଥିଲେ। ଆନୁଷ୍ଠାନିକ ଭାବେ ମା ମଙ୍ଗଳା ଙ୍କ ମନ୍ଦିର ରେ ଏକ ମାସ ରୁ ଉର୍ଦ୍ଧ ସମୟ ଧରି ଅନୁଷ୍ଠିତ ହୋଇ ଆସୁଥିବା ଶାରଦୀୟ
ପାର୍ବଣ ପୂଜା ର ପରିସମାପ୍ତି ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ