ଜଗଦଳପୁରରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ମଣ୍ଡଳୀର ବିଜେପି କର୍ମକର୍ତ୍ତା ମାନଙ୍କୁ ନେଇ ଜଗଦଳପୁର ସ୍ଥିତ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜଗଦଳପୁର ପଂଚାୟତର ସମସ୍ତ ବୁଥ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପିର ଗ୍ରାମର ବୁଥ ପ୍ରମୁଖ ଏ. ବୁଲା ପାତ୍ରଙ୍କ ନେତୃତ୍ୱ ବୈଠକ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ୪ଟି ବୁଥ ସ୍ତରରେ ଥିବା ଶତାଧିକ ମହିଳା ଓ ପୁରୁଷ ଅନୁଷ୍ଠାନିକ ଭାବେ ଯୋଗଦେଇ l ରାଜ୍ୟରେ ଥିବା ବିଜେପି ନେତୃତ୍ୱlଧିନ ସରକାରର ଜନହିତ କର ଯୋଜନା ସମ୍ପର୍କିତ ଯୋଜନା ଗୁଡିକ ଉପରେ ସଚେତନତା ହୋଇଥିଲେ ଏବଂ ଉପସ୍ଥିତ ଲୋକେ ସଦସ୍ୟ ପଦ ଆପଣାଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପିର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରାଜେଶ ସାହୁ, ସମ୍ନାନିତ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିସ୍ତାରକ ସରୋଜ ସାବତ, ଜିଲ୍ଲା କୋଷାଧକ୍ଷ ସୂର୍ଯ୍ୟମଣି ପାତ୍ର, ଲୋଚାପଡା ସରପଞ୍ଚ ଏଲ.ମୋହନ ଦାସ, ସନ୍ତୋଷ ଚୌଧୁରୀ, ଯୋଗଦେଇ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ସୁଭଦ୍ରା ଯୋଜନା ସଂମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ l ସୁନିତ, କେ. ସୁଦାମ ପାତ୍ର, ସୁନୀଲ ପାତ୍ର, କୋରା ସେଠି,ରୋଜିତ ପାତ୍ର,ସିମାଞ୍ଚଳ ଡାକୁଆ, ରାଧାମୋହନ ପାତ୍ର, ଗଙ୍ଗା ପାତ୍ର, ରାଜ କିଶୋର ପାଠୀ, ନୀଳାଞ୍ଚଳ ପ୍ରଭୃତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I


