ଜଗଦଳପୁର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆର୍ଦ୍ରଭୂମୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆର୍ଦ୍ରଭୂମୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାର ଇକୋ କ୍ଳବର ସଂଯୋଜିକା ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଆର୍ଦ୍ରଭୂମୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ଶ୍ରୀମତୀ ସୁନିଛା ପରିଚ୍ଛା, ମନ୍ଦାକିନୀ ରଥ, ଇଶ୍ୱରୀ ମହାପାତ୍ର, ପ୍ରଶାନ୍ତ ମୁନି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଆର୍ଦ୍ରଭୂମୀ ପ୍ରକୃତିର ମୂଲ୍ୟବାନ ଉପହାର ହୋଇଥିବାରୁ ପରିବେଶର ସ୍ୱାସ୍ଥ୍ୟ ଜୈବ ବିବିଧତା ତଥା ମାନବ କଲ୍ୟାଣ ପାଇଁ ଆର୍ଦ୍ରଭୂମୀ ଗୁରୁତ୍ୱ ବହନ କରିଥାଏ ତେଣୁ ଆର୍ଦ୍ରଭୂମୀକୁ ସୁରକ୍ଷିତ ରଖିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାର ଛାତ୍ରଛାତ୍ରୀମାନେ ଏକ ସଚେତନତା ପଦଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିବା ସାଙ୍ଗକୁ ପୋଖରୀ ତୁଠ ଠାରେ ଆର୍ଦ୍ରଭୂମୀର ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଭାପତି ଡି.ରାମଚନ୍ଦ୍ର ପାତ୍ର, ସଂପାଦକ ଜି.ଉମାକାନ୍ତ ପାତ୍ର, ସଦସ୍ୟ ପି.ଗୁରୁନାଥ ପାତ୍ର, ଡି.ବୁଲୁ ପାତ୍ର, ପି.ଜୟରାମ ପାତ୍ର, ପି.ସିମାଦ୍ରୀ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ, ସଚେତନ ନାଗରିକ, ଅଭିଭାବକ, ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।