ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଗଡିବ ସ୍ୱତନ୍ତ୍ର ଟ୍ରେନ

ପୁରୀ : ଘୋଷଯାତ୍ରା ପରେ ବାହୁଡା ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ । ବିଭିନ୍ନ ସ୍ଥାନରୁ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ସ୍ୱତନ୍ତ୍ର ଟ୍ରେନ ର ବ୍ୟବସ୍ଥା କରାଯାଇଛି । ରେଳ ମନ୍ତ୍ରାଳୟ ପକ୍ଷରୁ ୧୯୪ ଟି ସ୍ୱତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯାତ୍ରୀ ମାନଙ୍କ କୈାଣସି ଗମନାଗମନର ଯେଉଁ ପରି କିଛି ଅସୁବିଧା ହେବ ନାର୍ହି ସେଥି ପ୍ରତି ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନୁୂତନ ଏକ ଆପ ର ଶୁଭାରମ୍ଭ କରାଯାଇଛି । ସେହିପରି ୬୦ ଟି ଟିକେଟ କାଉଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ରେଳ ମନ୍ତ୍ରାଳୟ ନିକଟକୁ ଅନୁରୋଧ କରିବା ପରେ ବାରିପଦା ଠାରୁ ପୁରୀ ମଧ୍ୟରେ ଆଉ ଏକ ରେଳ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀ ପିୟୁଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ