ଜଗନ୍ନାଥପୁରରେ ଭାଗବତବାବୁଙ୍କ ସ୍ମୃତିଚାରଣ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମ ବିଦ୍ୟାଳୟରେ ପୂଜ୍ୟପୂଜା ସର୍ବଦଳୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ସଂଗ୍ରାମ କେଶରୀ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଦୀର୍ଘକାଳୀନ କର୍ମମୟ ଜୀବନୀ ତଥା କେନ୍ଦ୍ରାପଡାର ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିବା ବିଷୟରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଅଭିଭକ୍ତ ଭରତପୁର ପଂଚାୟତର ପ୍ରାକ୍ତନ ନାୟବ ସରପଂଚ ରାଜକିଶୋର ମହାନ୍ତି ଜଗନ୍ନାଥପୁର ଗ୍ରାମରେ ବିଦ୍ୟାଳୟ ସ୍ଥାପନ, ଆର.ଡି.ରାସ୍ତା କରିବା, ଆଇ.ଆର.ଡି.ପି. ଓ ଇ.ଆର.ଆର.ପି. ଯୋଜନାରେ ଗରୀବଲୋକମାନଙ୍କୁ ଋଣ ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବନଶୀଳ କରିବା,ଚାଷୀମାନଙ୍କୁ ଭୂସଂସ୍କାର ଆଇନରେ ଜମିର ସତ୍ୱ ପ୍ରଦାନ କରିବା ଓ ସର୍ବପରି ଭାଗବତବାବୁଙ୍କ ମାନବୀୟ ଏବଂ ଧାର୍ମିକ ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ । ଟାଟା ଷ୍ଟିଲ ପ୍ଲାଂଟର ଯୁବ ବୈଜ୍ଞାନିକ ତଥା ବାଣୀବିହାର ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରନେତା ଡଃ.ଗିରିଜା ଶଙ୍କର ମହାନ୍ତି ଭାଗବତବାବୁଙ୍କ ଧାର୍ମିକ ଚିନ୍ତାଧାରା, ସ୍ପଷ୍ଟବାଦିତା, ନିର୍ଭିକତା ଓ ସମସ୍ତଙ୍କୁ ସତବାଟରେ ପରିଚାଳିତ କରିବା ପାଇଁ ପଥ ପ୍ରଦର୍ଶକ ଭାବେ ଭୂମିକା ନିଭାଇଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରଞ୍ଜନ କୁମାର ନାୟକ କହିଥିଲେ ଯେ ଭାଗବତବାବୁ ଜଣେ ଦରଦୀ ମଣିଷ ଓ ଦୁଃଖିରଙ୍କିଙ୍କର ମା,ବାପ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ସ୍ମୃତି କମିଟି ସଭାପତି ଗୋଲଖ ପ୍ରସାଦ ମହାନ୍ତି କହିଲେ ଯେ ଭାଗବତବାବୁଙ୍କ ଭଳି ଆଉ ନେତା ମିଳିବେ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ବାବୁଲି ବିଶ୍ୱାଳ, ସମ୍ପାଦକ କାଙ୍ଗାଳି ଚରଣ ବେହେରା, ପିତାମ୍ବର ସାମଲ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସୂର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ