ଜଗନ୍ନାଥ ପ୍ରସାଦ ସେବା ସମବାୟରୁ ସାର ନେବା ପାଇଁ ପ୍ରବଳ ଭିଡ

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ସେବା ସମବାୟ ରୁ ସାର ନେବା ପାଇଁ ଚାଷୀଙ୍କ ଅସମ୍ଭବ ଭିଡ଼ ଲାଗି ରହି ହଟଗୋଳ ସୃଷ୍ଟି ହୋଇଛି । ଏଠି ଲୋକମାନେ ଧାଡିରେ ଠିଆ ନହୋଇ ଠେଲା ପେଲା ହୋଇ ସାର ନେବାପାଇଁ ଅପେକ୍ଷା କରିଛନ୍ତି । ଏମାନଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତା ନା ପିନ୍ଧିଥିଲେ ମାସ୍କ,ନିୟମ ଉଲଂଘନ କରିବା ସହ ଲୋକମାନେ ନିଜ ନିଜ ମଧ୍ୟରେ ଗଣ୍ଡୋଗଳ ଆରମ୍ଭ କରିଦେଇଥିଲେ | ଜିଲ୍ଲା ପ୍ରଶାସନର କରୋନା ପ୍ରତିହତ ପାଇଁ କରା ଯାଇଥିବା ପଞ୍ଚସୁତ୍ରୀ ନିୟମ ର ଖୋଲା ଖୋଲି ଉଲଘଂନ ହୋଇଛି । ଭିଡ ମଧ୍ୟ ରେ ଗୋଷ୍ଠି ସଂକ୍ରମଣ ହେଲେ ଏଥି ପାଇଁ କିଏ ଦାୟୀ ରହିବେ ? ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବୁଦ୍ଧିଜୀବୀ ମହଲ ରୁ ଦାବି ହେଉଛି । ଚାଷୀ ଙ୍କ ଆବଶ୍ୟକତା ଠାରୁ ବହୁତ କମ୍ ସାର ଆସିଥିବା ଯୋଗୁଁ ସାର ନେବା ପାଈଁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ସମାଧାନ ପାଈଁ କାହାର ଆନ୍ତରିକତା ନ ଥିବା ଯୋଗୁଁ ଚାଷୀ ମନେ ୩ ଦିନ ହେଲା ସାର ପାଇଁ ଯାଉଛନ୍ତି । ସାର ମିଳିବ କି ନାହିଁ ଠିକ୍ ନାହିଁ,ମାତ୍ର ଜଦି ଭିଡ ଭିତରେ କୋରନା ପଜିଟିଭ ରୋଗୀ ଥିବେ ଗୋଷ୍ଠୀ ସଂକ୍ରମଣ ହେବାର ବହୁତ ସମ୍ଭାବନା ଅଛି । ପ୍ରଶାସନ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି । ସମବାୟ ସମ୍ପାଦକଙ୍କ ମନମୁଖୀ ନିୟମ କରିଛନ୍ତି ଯେଉଁମାନେ ରୂଣ ନେଇଛନ୍ତି ସେମାନଙ୍କୁ ହିଁ ସାର ଦିଆଯିବ । ଏହି ନିୟମ କୁ ବିରୋଧ କରି ଚାଷୀ ଓ ସମବାୟ ସମିତିର ସମ୍ପାଦକ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି l ଆଗାମୀ ଦିନରେ ରାଜ ରାସ୍ତାକୁ ଚାଷୀ ମାନେ ଓଲ୍ହାଇବେ ବୋଲି ନିଷ୍ପତି ନେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ