ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା,ସାମୁହିକ ଦୀପ ପ୍ରଦାନ
ବାଲେଶ୍ଵର, (ସରୋଜ ପଣ୍ଡା):ମହାପ୍ରଭୁଙ୍କ ଅପାର କରୁଣାରୁ ଐତିହାସିକ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଲୋକାର୍ପିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ବର ସହରର ମଣ୍ତଳବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯିବା ସହ ସ୍ଥାନୀୟ ବାଣ୍ଠିଆ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ଜଳନ କରାଯାଇଥିଲା।ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଯୋଗଦେଇ ମହାପ୍ରଭୁଙ୍କୁ ମହାଦୀପ ପ୍ରଦାନ ସହ ରସଗୋଲା ଭୋଗ କରିଥିଲେ।ଜୟ ଜଗନ୍ନାଥ ଧ୍ବନିରେ ସମ୍ପୂର୍ଣ୍ଣ ପରିବେଶ ଜଗନ୍ନାଥ ମୟ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,କାଉନସିଲର ମୀନା ମହାନ୍ତି,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ମୀତା ପଟ୍ଟନାୟକ, କବିତା ମୁର୍ମୁ,ମୀରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତାରାଣୀ ଦାସ,ସୋଭା ମହାପାତ୍ର,ଶଶିରେଖା ମହାନ୍ତି,ସେକ ଆୟୁବ,କାର୍ତିକ ସାହୁ,ସୁନିଆ ମୃମୁ,ସ୍ବାଗତିକା ବାରିକ,ଯୁବନେତା ସତ୍ୟ ରଂଜନ ଦାସ,ସେକ ଅନସର,ଧିରେନ ନାୟକ,ଜଗନ୍ନାଥ ମହାରଣା,ସେକ ରାଜୁ,ଅଶୋକ ଦାସ,ବାଦଲ ଦତ୍ତ, ଅଶୋକ ଆଢ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


