ଜଗନ୍ନାଥ ମନ୍ଦିରରେ ପ୍ରବଚନ କାର୍ଯ୍ୟକ୍ରମ
(ଯୁଗାବ୍ଦନ୍ୟୁଜ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବିଜିପୁର ମନ୍ଦିରରେ ରବିବାର ସନ୍ଧ୍ୟା ରେ ୧୦୮ ତୁଳସୀ ଓ ୧୦୮ ଆରତୀ ପୂଜା ପରେ ପ୍ରୋମଦ ଦାସ ଭଗବତ ଗୀତା ପାଠ କରିଥିଲେ । ଏବଂ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ହନୁମାନ ଚାଳିସା ପାଠ ହୋଇଥିଲା । ପରେ ବାବାଜୀ ସୋମନାଥ ଦାସ ମହାରାଜ ଭାଗବତ ସାର ତତ୍ତ୍ୱ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସହଦେବ ପାତ୍ର,ଭଜରାମ ପ୍ରଧାନ,ଗୋବିନ୍ଦ ପାତ୍ର ,ରୀତା ସାହୁ ,ମାଧୁରୀ ପଣ୍ଡା ଏବଂ ମନ୍ଦିର କମିଟି ର ବହୁ ସଦସ୍ୟ ଯୋଗ ଦେଇ ସହଯୋଗ କରିଥିଲେ ।


