ଗୋଆର ନୂତନ ରାଜ୍ୟପାଳ ରୂପେ ଶପଥ ନେଲେ ସତ୍ୟପାଲ ମଲ୍ଲିକ
ପାନାଜୀ:ଗୋଆର ନୂତନ ରାଜ୍ୟପାଳ ରୂପେ ସତ୍ୟପାଲ ମଲ୍ଲିକ ଶପଥ ଗ୍ରହଣ କରିଛନ୍ତି । ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ପ୍ରଦୀପ୍ ନନ୍ଦରାଜୋଗ୍ ନୂତନ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଗୋଆ ରାଜଭବନ ପରିସରରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ମଲ୍ଲିକ ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ଉଲ୍ଲେଖଯୋଗ୍ୟ, ଗୋଆର ନୂତନ ରାଜ୍ୟପାଳ ରୂପେ ଶପଥ ପାଠ କରିବା ପୂର୍ବରୁ ସତ୍ୟପାଲ ମଲ୍ଲିକ ଜମ୍ମୁ- କଶ୍ମୀରର ରାଜ୍ୟପାଳ ଥିଲେ । ତେବେ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ- କଶ୍ମୀରକୁ ବିଭାଜିତ କରି ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ କଲା ପୂର୍ବରୁ ସତ୍ୟପାଲ ମଲ୍ଲିକଙ୍କର ଜମ୍ମୁ- କଶ୍ମୀରରୁ ଗୋଆକୁ ରାଜ୍ୟପାଳ ରୂପେ ବଦଳି କରି ଦେଇଥିଲେ ।


