ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ

ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ବନ୍ତ ବ୍ଲକ ଗଣିଜାଙ୍ଗ ନୂଆ ହରିହାଟ ଜଗନ୍ନାଥ ମନ୍ଦିରର ୨ୟ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ନିକଟସ୍ଥ ମହାଦେବ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପୂଜାରେ ଜଗନ୍ନାଥ ପତି, ନାରାୟଣ ଚନ୍ଦ୍ର ପ୍ରଧାନ, ମନୋଜ ପଣ୍ଡା ପ୍ରମୁଖ ସଂକଳ୍ପ କରିଥିଲେ । ପୂଜକ ଭାବେ ଗୋବିନ୍ଦ ମିଶ୍ର, ରାମ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ନିଳାମ୍ବର ମିଶ୍ରଙ୍କ ସମେତ ୯ ଜଣ ବ୍ରାହ୍ମଣ ପୂଜା କାର୍ଯ୍ୟ ତୁଲାଇଥିଲେ । ଦୁଇ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ କୁନି ବରାଳ, ଏକାଦଶୀ ସେଠୀ, ମଧୁ ସେଠୀ, ମାୟାଧର ମଳିକ, ନାରାୟଣ ସେଠୀ, ରାମ ମଳିକ, ମୁକ୍ତିକାନ୍ତ ପଲେଇ, ସନାତନ ଜେନା, ନିଳ ପଣ୍ଡା ପ୍ରମୁଖ ସହାୟତା କରିଥିଲେ । ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ରୁଣ୍ଡିଭୂତ ହୋଇଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ