ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା କୁ ନେଇ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ଜୁଲାଇ ମାସ 1 ତାରିଖ ତଥା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ସ୍ଥାନୀୟ ତାଡେ଼ପଲ୍ଲୀ ସାହି ସ୍ଥିତ ବଡ଼ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟି ଇଂ ରାମ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରଥ ଯାତ୍ରା ପୂର୍ବଦିନ ଅର୍ଥାତ ଜୁନ 30 ତାରିଖ ଦିନ ସକାଳେ ନବ ଯୌବନ ଦର୍ଶନ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପତିତ ପାବନ ବହି ଉନ୍ମୋଚନ ହେବା ନେଇ ବୈଠକ ରେ ନିଷ୍ପତି ନିଆଯାଇଥିଲା l ରଥଯାତ୍ରା ଦିନ ପୂର୍ବାହ୍ନ 4 ଟାରେ ମଙ୍ଗଳ ଆଳତି କରାଯିବା ସହ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇ ଦିନ 10 ଟାରେ 3 ଠାକୁରଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଉପବେସନ କରାଯିବ l ରାଜା କୈଳାସ ଚନ୍ଦ୍ର ଦେଓଙ୍କ ଦ୍ୱାରା ଛେରା ପହଁରା କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି l ପରେ ଅପରାହ୍ନ 3 ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l ସନ୍ଧ୍ୟା 6 ଟାରେ ଛତ୍ରପୁର ମଝୀ ବଜାର ସ୍ଥିତ ଆଡ଼ପ ମଣ୍ଡପ ଠାରେ ଶ୍ରୀ ଜୀଉ ଙ୍କ ଆଳତି ହେବ l ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ନିମନ୍ତେ ସମସ୍ତ ସହଯୋଗ କରିବା ପାଇଁ ମହାଶକ୍ତି ବଣିକ ସଙ୍ଘ କୁ ଅନୁରୋଧ କରାଯାଇଥିଲା l ଆସନ୍ତା 9 ତାରିଖରେ ବାହୁଡା଼ ଯାତ୍ରା, 10 ତାରିଖରେ ରଥ ଉପରେ ଶ୍ରୀ ଜୀଉ ଙ୍କ ସୁନାବେଶ ଓ 11 ତାରିଖରେ ନୀଳାଦ୍ରି ବିଜେ ହେବ ବୋଲି ବୈଠକ ରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା l ଏହା ସହ ନେତ୍ରୋତ୍ସବ ଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ କାମନା କରିଥିଲେ l ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ର ଆଦିକନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ପାଣିଗ୍ରାହୀ, ସୁଧୀର କାନ୍ତ ରଥ, ଏନ. ପ୍ରଭାକର ରାଓ, ରମେଶ ଚନ୍ଦ୍ର ଚୌଧୁରୀ, ଅସିତ ପଟ୍ଟନାୟକ, ଏନ. ଜଗଦୀଶ ରାଓ, ଭାଗବତ ପ୍ରସାଦ ମହାପାତ୍ର, ମନୁ ସେନାପତି, ବାବି ମିଶ୍ର, ବିଜୟ ମହାରଣା, କାମାକ୍ଷୀ ପ୍ରସାଦ ପଣ୍ଡା, ମନ୍ଦିର ର ମୁଖ୍ୟ ପୂଜାରୀ ରାଜେନ୍ଦ୍ର ଶତପଥି, ମହାଶକ୍ତି ବଣିକ ସଙ୍ଘର କିଶୋର ଚନ୍ଦ୍ର ସେନାପତି, ନାରାୟଣ ବେହେରା, ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ କମିଟିର ସଦସ୍ୟ ଦାଶରଥି ନେପାକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ