ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଦେଲେ ୧୦୦ ଛାତ୍ରଛାତ୍ରୀ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ରବିବାର ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ଜଣାଯାଇଛି । ଚାରଣ କମିଟି ପୁରୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପରୀକ୍ଷା ୫୦ ମାର୍କ ଉପରେ ଅନୁଷ୍ଠିତ ହୋଇଥିଲା । ଏହା ଦିନ ୧୦ଟା ୧୫ ଠାରୁ ୧୧ଟା ୧୫ ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ଚାରୁ ଚନ୍ଦ୍ର ଇଂଲିଶ୍ ମିଡିୟମ ସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ବନ୍ତ, ପଞ୍ଚାୟତ ହାଇସ୍କୁଲ ପଧାନପଡା, ମେନକାରାଣୀ ହାଇସ୍କୁଲ ଟିଲୋ, ଟିଲୋ ନୋଡାଲ ହାଇସ୍କୁଲ, ନିଳୋକ ହାଇସ୍କୁଲ, ମା ତାରିଣୀ ହାଇସ୍କୁଲ ଦେବତାଗଢିଆ, ଗିରିଧାରୀ ୟୁପିଏମଇ ସ୍କୁଲ ଜଗଦୀଶପୁର ଆଦି ବିଦ୍ୟାଳୟର ପିଲା ମାନେ ଭାଗ ନେଇଥିଲେ । ଚାରୁ ଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା ଓ ସହକାରୀ ଶିକ୍ଷକ ପ୍ରଦୀପ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପରୀକ୍ଷାରେ ଶିକ୍ଷକ ଶିଶିର କୁମାର ସାହୁ, ସଞ୍ଜୟ କୁମାର ସାହୁ, ମାନସ ରଞ୍ଜନ ସ୍ୱାଇଁ, ସହୀଦ୍ ସଂଗ୍ରାମ ସା, ବିଭୁତି ଭୂଷଣ ଧଳ, ରଞ୍ଜନ ଜେନା, ସ୍ମୃତିରେଖା ଦାଶ, ମନ୍ଦାକିନୀ ଭଟ୍ଟରାୟ, ସୌଭାଗ୍ୟଲକ୍ଷ୍ମୀ ଓଝା, ଦୀପିକା ଦୀପ୍ତିରେଖା ଖୁଣ୍ଟିଆ, ସୁଜାତା ଦାଶ, ଝୁନୁବାଳା ନାୟକ, ପ୍ରିୟଙ୍କା ଲେଙ୍କା, କଣ୍ଢେଇ ଖଣ୍ଡା, ସଙ୍ଗୀତା ଶୁଭଦର୍ଶନୀ ଜେନା, ଖିଦ୍ମାତୁନ୍ ଫାତିମା ପ୍ରମୁଖ ସହାୟତା କରିଥିଲେ ।