ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ୪ ଅଟକ ,ପୋଲିସର ତଦନ୍ତ ଜାରୀ
ପୁରୀ , ପଟ୍ଟନାଇକ ଛକ ନିକଟରେ ଗତକାଲି ବିଚ୍ ରାସ୍ତା ଉପରେ ଗୋଡାଇ ଗୋଡାଇ ଗୋଟିଏ ପରିବାରର ତିନି ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଅପରାଧି ମାନଙ୍କୁ ଧରିବା ପାଇଁ ପୋଲିସ ଆକ୍ସନ ମୁଡରେ ତଦନ୍ତ ଜାରୀ ରଖିଛି । ଏହା ସହ ଘଟଣା ସ୍ଥଳରେ ଗତକାଲି ଠାରୁ ଉତ୍ତେଜନା ଜାରୀ ରହିଛି । ଏହା ସହିତ ଅପରାଧିମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୃତୟନ କରାଯାଇଛି । ଏହା ସହିତ ୪ ଜଣକୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅତି ଶିଘ୍ର ଅପରାଧିମାନଙ୍କୁ ଧରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଏହା ସହ ଚେକ୍ ପୋଷ୍ଟରରେ ସିସିଟିଭି କ୍ୟାମେରା ଯାଞ୍ଚ କରାଯିବ । ସ୍ଥାନୀୟ ପ୍ରତକ୍ଷଦର୍ଶୀ ମାନଙ୍କ କହିବାନୁଯାୟୀ ଗତକାଲି ବିଚ୍ ରାସ୍ତା ଉପରେ ଦୁର୍ବୁତ୍ତ ମାନେ ଗୋଡାଇ ଗୋଡାଇ ବିଚ୍ ରାସ୍ତା ଉପରେ ଖଣ୍ଡା , କାତି ଧରି ଚୋଟ ପରେ ଚୋଟ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପୋଲିସ ଫାଣ୍ଡି ସମ୍ମୁଖରେ ଘଟଣା ଘଟିଥିବାବୋଳ କୈାଣସି ପୋଲିସ ଅଧିକାରୀଙ୍କ ଦେଖାନଥିଲା ।ଘଟଣା ସ୍ଥଳରେ ଲୋକମାହେନ ଏହକେୁ ବିରୋଧକରି ଜଳାପୋଡା କରିଥିଲେ ।