ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ପଦଯାତ୍ରା

ହାଟଡିହି, (ବିକାଶ ବିଶ୍ୱାଳ):ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ପାଇଁ ମା ତାରିଣୀ ସୋସିଆଲ ୱାର୍କ ତତଫରୁ ଏକ ପଦଯାତ୍ରା ପନାସି ଝରଣ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଆଜି ସାମାଜିକ କର୍ମୀ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ୱରେ ୩୦ ରୁ ଉର୍ଦ୍ଧ କର୍ମି ଏକତ୍ରିତ ହୋଇ ମନୋହରପୁର ପଞ୍ଚାୟତର ରାମସାହି, ଚିରୁସାହି, ପୁଷତାଣ୍ଡି, ହୁଡ଼ିସାହି ଆଦି ଗ୍ରାମ ଓ ସାହି ପରିକ୍ରମା କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ଅଭିନବ ଉପାୟରେ ସଚେତନତା ବାର୍ତ୍ତା ଲୋକମାନଙ୍କୁ ପ୍ରଦାନ କରିଥିଲେ l ଏଥିରେ ବରିଷ୍ଠ କର୍ମୀ ବ୍ରଜକିଶୋର ମାଝୀ, ବାଦଲ କୁମାର ସିଂ, ଗୋବର୍ଦ୍ଧନ ମହାନ୍ତ, ପ୍ରମିଳା ସିଂ, ପ୍ରତିମା ମହାନ୍ତ, ବାସନ୍ତୀ ସିଂ, ଭୀମସେନ ମାଝୀ, ଶୁକଦେବ ବଳାଏ, ରତ୍ନାକର ମହାନ୍ତି, ଅଭିରାମ ମହାନ୍ତି, ବିଜନ ମାଝୀ, ବାର୍ଷା ହେମ୍ରମ, ଗୌତମ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ