ଦୁର୍ଘଟଣାରେ ଚାଲିଗଲା ବିଜେପି ନେତାଙ୍କ ମାଆଙ୍କ ଜୀବନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଦେଇ ଯାଇଥିବା ମୁମ୍ବାଇ-କଲିକତା ୪୯ ନଂ ଜାତୀୟ ରାଜପଥର ରାସ୍ତା ର ଚାଇଁନେବଦା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ କରଞ୍ଜିଆ ବ୍ଲକ ବିଜେପିର ତାଟ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ମହାନ୍ତ ଙ୍କ ମାଆ ତରୁଲତା ମହାନ୍ତ ଙ୍କର ମୃତ୍ୟୁ ହୋଇଛି। ଏକ ଗାଡ଼ି ଧକ୍କା ଦେବାରୁ ତାଙ୍କ ବାପା ତ୍ରିଲୋଚନ ମହାନ୍ତ ଗୁରୁତର ହୋଇଥିବା ବେଳେ ତାଙ୍କ ମାଆ ଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ନିଆଯିବା ବାଟରେ ପ୍ରାଣହାନି ଘଟିଛି।
। ଘଟଣାରୁ ପ୍ରକାଶ ଯେ ରବିବାର ସନ୍ଧ୍ୟା ସମୟ ରେ ନିଜ ଗ୍ରାମ ବଡ଼ଗାଁ ପଞ୍ଚାୟତର ନାଧାଗଡିଆ ଗ୍ରାମରୁ ସ୍କୁଟି ଯୋଗେ ଉଭୟ ତ୍ରିଲୋଚନ ମହାନ୍ତ ଓ ତାଙ୍କ ପତ୍ନୀ ତରୁଲତା ମହାନ୍ତ ଯଶିପୁର ଥାନା ଚାଇଁନେବଦା ସ୍ଥିତ ଶଶୁର ଘରକୁ ଯାଉଥିବା ସମୟରେ ଚାଇଁ ନେବଦା ନିକଟରେ ଘଟିଛି ଦୁର୍ଘଟଣା। ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ବେଳେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଶବ ବ୍ୟବଛେଦ ପରେ ଶବ କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଜାରୀ ରଖିଛି ଯଶିପୁର ପୋଲିସ ।
ବିଜେପି ତାଟୋ ମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ ଙ୍କ ମାଆ ଙ୍କ ଦେହାନ୍ତ ଖବର ପାଇବା ପରେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସାଂସଦ ଅନନ୍ତ ନାଏକ, ନବଚରଣ ମାଝୀ, ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଥିଲେ
ଉପଖଣ୍ଡ ଚିକିତ୍ସାଳୟ ରେ ବିଜେପି ର ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ବରିଷ୍ଠ ନେତା ମହେଶ୍ୱର ସାହା, ସାଂସଦ ଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଲକ୍ଷ୍ମୀ ଝା, ଲକ୍ଷ୍ମୀକାନ୍ତ ରାମ, ମନୋଜ ମହାନ୍ତ,କରଞ୍ଜିଆ ନଗର ସଭାପତି ସମ୍ବିଧାନ ମହାପାତ୍ର,ନାରୀନେତ୍ରୀଜ୍ୟୋସ୍ନାରାଣୀ ମହାନ୍ତ,ଯୁବନେତା ଦେବେନ୍ଦ୍ର ମହାନ୍ତ, ସଞ୍ଜୀବ ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ,ବିପ୍ଳବ ସଂକ୍ଷିଆଳ,ଜ୍ୟୋତିଶଙ୍କର ଦାସ,ନଗର ଯୁବ ମୋର୍ଚା ସଭାପତି ମାଧବ ଦେହୁରୀ, ଯୁବନେତା ଲୁନା ମିଶ୍ର, ଉତ୍କଳ ଦାସ,ମନ ଜେନା,ହେମନ୍ତ ମହାନ୍ତ,ଙ୍କ ସମେତ ଅନେକ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଶବ ବ୍ୟବଛେଦ ପରେ ନଧାଗାଡ଼ିଆ ସ୍ଥିତ ସ୍ମଶାନ ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି.


