ଜଙ୍ଗଲରେ ଅସୁସ୍ଥହୋଇ ପଡିଥିବା ମାନସିକ ବିକୃତି ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ ଲକ୍ଷ୍ମଣ ଟୁଡୁ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ମଙ୍ଗଳବାର ସକାଳ ସମୟରେ ଗୋରୁମହିଷାଣୀ ଲୌହଖଣି ସନ୍ନିକଟ ଜଙ୍ଗଲ ମଧ୍ୟରେ ଅସୁସ୍ଥ ହୋଇ ଏକ ମାନସିକ ବିକୃତି ମହିଳା ପଡିଥିବାର ଦେଖିବାକୁ ପାଇଥିଲେ ସେଠାକାର ସକାଳୁ କାମକୁ ଯାଉଥିବା ଟ୍ରାକ୍ଟର ଡ୍ରାଇଭରମାନେ ।ଗୋରୁମହିଷାଣୀ ଅଂଚଳର ଅସହାୟଙ୍କ ସୁଖଦୁଖର ସାଥୀ ଯୁବ ସମାଜସେବୀ ଲକ୍ଷ୍ମଣ ଟୁଡୁଙ୍କୁ ।ଲକ୍ଷ୍ମଣ ନିଜ ଘରର କାମକୁ ଛୁଟ୍ ଦେଇ ନିଜର ସାଥୀ ରତନ ମୁଣ୍ଡା,ଗାଲୁ ମୁଣ୍ଡାରୀ,,ସୁବାସ ସେଠୀ,ମାଲହ ଟୁଡୁ,ସୁଜାତାରାଣୀ ମୁଣ୍ଡା ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ଅସହାୟ ମହିଳାଙ୍କୁ ଉଦ୍ଧାର କରି ଖାଇବାକୁ ଦେଇ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ ।ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ପରେ ପରିଚୟ ଖୋଳତାଡ ଏବଂ ସୋସିଆଲ ମିଡିଆରେ ଫଟୋ ପ୍ରସାରଣ ନେଇ ଜାଣିବାକୁ ପାଇଲେ ଯେ ତାଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସୁନାଜୁଡିଆ ଗ୍ରାମର ନାରାନ ମୁର୍ମୁଙ୍କ ଝିଅ ଛିତା ମୁର୍ମୁ ।ସେ ତିନିଦିନ ହେଲା ଘର ଛାଡି କେଉଁଆଡେ ଚାଲି ଯାଇଥିଲେ ।ଘର ଲୋକେ ଖୋଜି ନୟାନ୍ତ ହୋଇ ଯାଇଥିଲେ ।ପରେ ସମାଜସେବୀ ଲକ୍ଷ୍ମଣ ଟୁଡୁ ଅସହାୟ ମହିଳାଙ୍କୁ ନେଇ ତାଙ୍କ ପୈତୃକ ଘରେ ଛାଡି ଆସିଥିଲେ । ଛିତାର ବାପା ନାରାନ ତାଙ୍କର ପରିବାର ଓ ଗାଁ ଲୋକେ ହଜିଲା ଝିଅକୁ ଫେରିପାଇ ଖୁସି ହେବା ସହ ଲକ୍ଷ୍ମଣକୁ କୃତଜ୍ଞତା ଜଣାଇଥିଲେ ।ଲକ୍ଷ୍ମଣଙ୍କର ଏଭଳି ସାମାଜିକ କାମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ